ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା; ଜଣେ ମୃତ, ୨୦ ଆହତ
ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ NH-16 କେଶପୁର ଛକ ନିକଟସ୍ଥ ଷିଙ୍ଗଡାପଲ୍ଲୀଠାରେ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ ବୋଲେରୋ ଡିଭାଇଡରକୁ ପିଟି ଓଲଟିବାରୁ ୧୦ ଯୁବକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।
ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେଠାରୁ ସେମାନଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ମାଲକାନଗିରି ବାଲିମେଳାରୁ ୧୦ ଯୁବକ ପୁରୀ ବୁଲିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ମାତ୍ର ଦ୍ରୁତ ଗତିରେ ଯାଉଥିବା ଗାଡ଼ିଟି ଷିଙ୍ଗଡାପଲ୍ଲୀ ଠାରେ ଏକ ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ବୋଲେରୋଟି ରାସ୍ତା କଡକୁ ଓଲଟି ପଡ଼ିଲା।

ସେହିପରି ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବସ୍ ଓ ଟ୍ରକ ଧକ୍କା ହେବାରୁ ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି ।
ଯାତ୍ରୀବାହୀ ବସ୍ଟି ସମ୍ବଲପୁରରୁ ଭଦ୍ରକ ଅଭିମୁଖେ ଯାଉଥିଲା। ଆଉ ଏହି ସମୟରେ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା।
ଆହତମାନଙ୍କୁ ପ୍ରଥମେ ଗୁଚିଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ୬ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ବସ୍ ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି । ପୁଲିସ ବସ୍କୁ ଜବତ କରି ଘଟଣା ତଦନ୍ତ କରୁଛି।












Click it and Unblock the Notifications