ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାମୀରେ ଦୁର୍ଘଟଣା:୩ ଶ୍ରମିକ ନିଖୋଜ
Odisha News: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାମୀରେ ଦୁର୍ଘଟଣାରେ ୩ ଜଣ ଶ୍ରମିକ ନିଖୋଜ ଥିବା ନେଇ ସୂଚନା ଦେଲେ ରାଜଗାଙ୍ଗପୁର ତହସିଲଦାର । ବୟଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଏବଂ ରଞ୍ଜିତ ଭୋଳଙ୍କର କୌଣସି ପତ୍ତା ମିଳୁ ନାହିଁ । ସେହିପରି ଅନ୍ୟମାନଙ୍କୁ ସୁରକ୍ଷିତର ଉଦ୍ଧାର କରାଯାଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ବଙ୍କର ଭିତରେ ଶ୍ରମିକ ମାନେ କାମ କରୁଥିବା ବେଳେ ଏହା ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା । ତେବେ ବଙ୍କରରେ କୋଇଲା ଭର୍ତ୍ତି ହୋଇଯିବାରୁ ଏହା ମଧ୍ୟ ଶ୍ରମିକ ଚାପି ହୋଇ ରହିଥିଲେ ।
ତେବେ ଏହି ଖବର ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ୩ଟି କ୍ରେନ୍ ଓ ୩ଟି ନିଜସ୍ୱ ଆମ୍ବୁଲାନ୍ସ ସମେତ ୭ଟି ସରକାରୀ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ୧୦ଟି ଅଧିକ ଗାଡ଼ି ମଧ୍ୟ ନିୟୋଜିତ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications