Accident: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା, ଗଲା ଜୀବନ

ବିନିକାରେ ୨ ବାଇକ ଚାଳକ ମୃତ

ବିନିକାରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ଚାଳକ ମୃତ। ବିନିକା ଥାନା କଟାପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଘଟଣାସ୍ଥଳରେ ଜଣେ ଓ ବୁର୍ଲା ସ୍ଥାନାନ୍ତର ବେଳେ ଆଉ ଜଣେ ମୃତ।

ବାଇକକୁ ଧକ୍କା ଦେଇ ଜଳିଗଲା ବସ୍

ଯାଜପୁର ଜିଲ୍ଲା ଏନ୍ଏଚ୍ ୧୬ ଛତିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Accident in different parts of the state

ସକାଳେ 'ଚକାଡୋଳା' ବସ୍‌ଟି ବାରିପଦାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ଏନ୍ଏଚ୍ ୧୬ ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ବସ୍‌। ପରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ବାଇକକୁ କିଛି ବାଟ ଘୋଷାଡ଼ି ନେଇଥିଲା। ତା'ପରେ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା।

ବସ୍‌ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ରାସ୍ତା ଉପରେ ବସଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିଛି ସମୟ ପାଇଁ ସେହି ରାସ୍ତାରେ ଗାଡ଼ିଚଳାଚଳ ବନ୍ଦ ରହିଥିଲା। ନିଆଁକୁ ଆୟତ୍ତ କରିବା ପରେ ଗାଡ଼ିଚଳାଚଳ ସ୍ୱାଭାବିକ ହୋଇଥିଲା।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ବସ୍‌ରେ ୮୦ରୁ ଅଧିକ ଯାତ୍ରୀ ଥିଲେ। ବସ୍‌ରେ ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀ ବସ୍‌ରୁ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲେ। ହେଲେ ସେମାନଙ୍କ ଜିନିଷ ପତ୍ର ନିଆଁ ପୋଡ଼ି ଜଳିଯାଇଛି।

୩ ଜଣ ଗୁରୁତର ଆହତ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା କଟ୍ରାକଣା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଲକ୍ଷ୍ମୀପୁର ଥାନା ବଡ଼ଶଙ୍କା ଗ୍ରାମର ଶର୍ମ ପ୍ରେପେକା,ସାରଥୀ ପ୍ରେପେକା, ଠଣ ପ୍ରେପେକା।

ଆଜି ସକାଳେ ବୋଲେରୋରେ ୩ ଜଣ ବାଇକ ଆରୋହୀ ବଡ଼ଶଙ୍କାରୁରୁ ଲକ୍ଷ୍ମୀପୁର ଅଭିମୁଖେ ଆସୁଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବୋଲେରୋ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣରେ ୩ ଜଣ ବାଇକ ଆରୋହୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣଙ୍କୁ ଲକ୍ଷ୍ମୀପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଘଟାଇଥିବା ବୋଲେରୋ ଗେଲ ଇଣ୍ଡିଆ ଗ୍ୟାସ ଲାଇନ କାମରେ ନିୟୋଜିତ ଥିବା ଜଣାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+