ଏହି ଜିଲାରେ ବନ୍ଦ ହେଲା ଲକ୍ଷ୍ମୀ ଏସି ବସ୍
ଭୁବନେଶ୍ୱର :ବନ୍ଦ ହେଲା ଲକ୍ଷ୍ମୀ ବସ୍! ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍। ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ। ୬ଟି ରୁଟରେ ବସ ଚଳାଚଳ ବାତିଲ କରାଯାଇଛି। ଆରଟିଓ ବସ ଚଳାଚଳ ପରମିଟ ବାତିଲ କରିଛନ୍ତି। ସବୁ ବସ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସବୁ ବସ ବାତିଲ ହୋଇଛି । ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯାଇଛି। ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏବେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଏସି ବସ୍ ଚଳାଚଳ ବନ୍ଦ କରାଯାଇଛି।












Click it and Unblock the Notifications