Get Updates
Get notified of breaking news, exclusive insights, and must-see stories!

ଏବିଭିପର ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା; ସମ୍ବଲପୁରର ବୁଦ୍ଧଦେବ ବାଗ୍ ରାଷ୍ଟ୍ରୀୟ ସମ୍ପାଦକ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ଅଧିବେଶନ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଡ଼ିସେମ୍ବର ୦୭ରୁ ୧୦ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଅଧିବେଶନ ଦିଲ୍ଲୀରେ ହୋଇଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଦ୍ୟାର୍ଥିଙ୍କୁ ପ୍ରେରିତ କରିଥିଲେ । ଏହା ସହ ନିଜେ ଏବିଭିପି କରୁଥିବା ସମୟ ମନେ ପକାଇଥିଲେ ।

ତେବେ ଏହି ଅଧିବେଶନରେ ସମ୍ବଲପୁରର ପୁଅ ବୁଦ୍ଧଦେବ ବାଗ ରାଷ୍ଟ୍ରୀୟ ସମ୍ପାଦକ ଭାବରେ ବିବେଚିତ ହୋଇଛନ୍ତି । ୨୦୧୭-୨୦୧୮ ମସିହାରେ ସେ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ସେ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହେଇଥିଲେ । ସେ ଆଗରୁ ଏବିଭିପିର ସହ ସମ୍ପାଦକ ଥିଲେ । ବର୍ତ୍ତମାନ୍ ସେ କଳାହାଣ୍ଡି ଓ ବଲାଙ୍ଗିର ବିଭାଗର ସଙ୍ଗଠନ ସମ୍ପାଦକ ଅଛନ୍ତି ।

ସେହିପରି ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରୀ ଦୀପ୍ତିମୟୀ ପ୍ରତିହାରୀ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା (CWC) ଭାବରେ ମନୋନୀତ ହୋଇଛନ୍ତି । ସେ ଆଗରୁ ରାଜ୍ୟ ସହ ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ ।

 buddhadeva bagh

ସେହିପରି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ, ତନ୍ମୟ ପ୍ରଧାନ, ଚଣ୍ଡୀ ପ୍ରସାଦ ସୁଆର, ଶ୍ୟାମ ସୁନ୍ଦର ସାହୁ, ସ୍ୱେତାଂଶୁ ବରାଇ ଓ ତଅପୋଇ କହଁର ମନୋନୀତ ହୋଇଛନ୍ତି ।

ଆଗାମୀ ଦିନରେ ସଂଗଠନ ପକ୍ଷରୁ ଶିକ୍ଷାର ମାନ ବୃଦ୍ଧି ସହିତ ଆତ୍ମ ନିର୍ଭର୍ ଭାରତ ଏବଂ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କାର୍ଯ୍ୟକର୍ତା ମାନେ କହିଛନ୍ତି । ଏହି ଅଧିବେଶନରେ ଓଡ଼ିଶାରୁ ୨୩୦ ଜଣ କାର୍ଯ୍ୟକର୍ତା ଯୋଗ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+