Get Updates
Get notified of breaking news, exclusive insights, and must-see stories!

ଆଗାମୀ ବର୍ଷ ପାଇଁ ଏବିଭିପିର ରୋଡମ୍ୟାପ ପ୍ରସ୍ତୁତ, ଓଡିଶାରୁ ୧୦ ଜଣଙ୍କୁ ଦାୟିତ୍ୱ

ଓଡିଶାରୁ ୧୦ ଜଣଙ୍କୁ ଦାୟିତ୍ୱ ମିଳିଛି । ଗୋବିନ୍ଦ ନାୟକଙ୍କୁ ପରିଷଦର ସର୍ବଭାରତୀୟ ଜନଜାତି ଛାତ୍ର ପ୍ରମୁଖ ସହିତ ପୂର୍ବକ୍ଷେତ୍ର ସଂଗଠନ ସମ୍ପାଦକ ଦାୟିତ୍ୱ ମିଳିଛି

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୬ତମ ରାଷ୍ଟ୍ରୀୟ ଅଧିବେଶନ ଗତ ୨୫, ୨୬ ତାରିଖରେ ମହାରଷ୍ଟ୍ରର ନାଗପୁର ସହର ସ୍ଥିତ ଡକ୍ଟର ହେଡଗେବାର ସ୍ମୃତି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଷ୍ଟ୍ରୀୟ ସଭାପତି ଭାବରେ ଗୁଜୁରାଟର ଛଗନଭାଇ ନାନାଜିଭାଇ ପଟେଲଙ୍କୁ ନୂତନ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ, ରାଷ୍ଟ୍ରୀୟ ସାଧାରଣ ସଂପାଦିକା ଭାବରେ ଜେଏନୟୁର ଛାତ୍ରୀ ନେତ୍ରୀ ସୁଶ୍ରୀ ନିଧି ତ୍ରିପାଠୀଙ୍କୁ ପୁନଃ ଦାୟିତ୍ୱ ଦିଆଯାଇଛି ।

ABVP

ଏହି ଅଧିବେଶନରେ ସାରା ଭାରତରୁ ପ୍ରତ୍ୟକ୍ଷ ଭାବରେ ୧୮୪ ଜଣ ଯୋଗ ଦେଇଥିଲାବେଳେ , ପରୋକ୍ଷ ଭାବରେ ଭର୍ଚ୍ଚୁଆଲ ମାଧ୍ୟମରେ ଏକ ଲକ୍ଷ ଦୁଇ ହଜାର ୧,୦୨,୦୭୨ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଏହି ଅଧିବେଶନରେ ଦେଶର ଶିକ୍ଷା ସ୍ଥିତିକୁ ଓ ସାମାଜିକ ସ୍ଥିତିକୁ ନେଇ ମୋଟ ୪ଗୋଟି ପ୍ରସ୍ତାବ ପାରିତ ହୋଇଥିଲା । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦କୁ ପାରିତ କରିବା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷାନୀତିର ଭାବନା ଅନୁରୂପ ଶୀଘ୍ରାତିଶୀଘ୍ର କ୍ରିୟାନ୍ୱୟନ ପାଇଁ ପ୍ରଥମ ପ୍ରସ୍ତାବରେ ଦାବି କରାଯାଇଛି ।

ଓଡିଶା ସମେତ ମହାରାଷ୍ଟ୍ର, ପଶ୍ଚିବଙ୍ଗ ତଥା କେରଳରେ ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭ ମିଡିଆର ସ୍ୱର ଦବାଇବା ପାଇଁ ସରକାରୀ କଳ ତରଫରୁ ହେଉଥିବା ପ୍ରୟାସକୁ ଦୃଢ ନିନ୍ଦା କରାଯିବା ସହିତ ୨୦୨୧ ଜନଗଣନା ସମସ୍ତ ନାଗରିକଙ୍କୁ ସକ୍ରିୟତାର ସହ ସମସ୍ତ ଷଡଯନ୍ତ୍ରକାରୀ ତତ୍ୱମାନଙ୍କ ଗତିବିଧିକୁ ଜୁଟି ଭାଗନେବା ପାଇଁ ଅପିଲ କରାଯାଇଛି । ପ୍ରସ୍ତାବ କ୍ରଂ-୩ରେ ଆତ୍ମନିର୍ଭର ଭାରତ ଆହ୍ୱାନ ଦେଶ ପାଇଁ ଏକ ଆବଶ୍ୟକତା, ଏବଂ ତାକୁ ସଫଳ କରିବା ପାଇଁ ଯୁବଶକ୍ତିର ପ୍ରୟାସ ଜରୁରୀ ଥିବା ନେଇ କୁହାଯାଇଛି ।

ଏହି ଅବସରରେ ଓଡିଶାରୁ ୧୦ ଜଣଙ୍କୁ ଦାୟିତ୍ୱ ମିଳିଛି । ଗୋବିନ୍ଦ ନାୟକଙ୍କୁ ପରିଷଦର ସର୍ବଭାରତୀୟ ଜନଜାତି ଛାତ୍ର ପ୍ରମୁଖ ସହିତ ପୂର୍ବକ୍ଷେତ୍ର ସଂଗଠନ ସମ୍ପାଦକ ଦାୟିତ୍ୱ ମିଳିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନେତ୍ରୀ ସ୍ମୃତିଶୁଦ୍ଧା ସାହୁଙ୍କୁ କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟା ଦାୟିତ୍ୱ ମିଳିଛି । ଓଡିଶାର ପ୍ରାନ୍ତ ସଂଗଠନ ସମ୍ପାଦକ ଭାବେ ଅଭିଳାଷ ପଣ୍ଡାକୁ ଦାୟିତ୍ୱ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+