ଆଜି ଷଷ୍ଠୀ ଓଷା: ଜାଣନ୍ତୁ ଏହାର ପାଳନ ବିଧି
Odisha festival : About Sathi Osha Or Sathi Puja ଆଜି ଷଷ୍ଠୀ ଓଷା: ଜାଣନ୍ତୁ ଏହାର ପାଳନ ବିଧି
ଭୁବନେଶ୍ୱର: ଆଜି ଷଷ୍ଠୀ ଓଷା । କାହିଁ କେଉଁ କାଳୁ ଓଡ଼ିଶାର ଘରେ ଘରେ ପାଳନ କରାଯାଉଛି ଏହି ବ୍ରତ । ଏହି ଦିନ ଜନ୍ମଦେବୀ ମା' ଷଠୀ ଠାକୁରାଣୀଙ୍କର ପୂଜା କରାଯାଏ । ଏହି ପାରମ୍ପରିକ ଓଷାକୁ କେଉଁଠି କେଉଁଠି ଷଠି ବ୍ରତ ବୋଲି ମଧ୍ୟ କୁହାଯାଏ । ସେହିପରି ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହାଯାଏ । ଏହି ପାରମ୍ପାରିକ ଓଷାକୁ ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ଅର୍ଥାତ୍ ଗଣେଶ ପୂଜାର ଦୁଇ ଦିନ ପରେ ପାଳନ କରାଯାଏ । ମାନ୍ୟତା ରହିଛି ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ପୂଜା କରାଯାଏ ।

ଷଷ୍ଠୀ ଓଷା ପାଳନ ବିଧି :
ସକାଳେ ପ୍ରଥମେ ଭଗବାନ ଶିବଙ୍କ ପାଇଁ ସୋମନାଥ ବ୍ରତ କରାଯାଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ନିରାମିଷ ତରକାରୀକୁ ମିସାଇ ଛଅ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ । ଏହା ପରେ ପୂଜା ପାଇଁ ଶିଳ ପୁଆକୁ ହଳଦୀ କନାରେ ବାନ୍ଧି ଓ ତା'ଉପରେ ହଳଦୀ ରଖାଯାଏ । ସେହିପରି ଅପାମାରଙ୍ଗ,ବାଉଁଶ,ଧାନ,ବଜ୍ରମୂଳୀ,ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ସଂଗ୍ରହ କରି ଏକାଠି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ପାଖରେ ଗଳି ଗୁଆ, ସିନ୍ଦୁର ଫରୁଆ,କଜଳ ପାତି ଇତ୍ୟାଦି ରଖାଯାଏ । ମା'ଙ୍କ ପାଖରେ ପୂଜା କରାଯିବା ପରେ ଦୁବ,ବରକୋଳି ପତ୍ର ଓ ଅରୁଆ ଚାଉଳରେ ଛୋଟ ପିଲାମାନଙ୍କୁ ବନ୍ଦାପନା କରାଯିବା ସହ ତାଙ୍କ ହାତରେ ହଳଦୀ କନା ବନ୍ଧାଯାଏ ।
ଷଷ୍ଠୀ ବାଡ଼ିଆ କ'ଣ ?
ସନ୍ଧ୍ୟାରେ ଅପାମାରଙ୍ଗ,ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ପିଲାମାନଙ୍କୁ ରକ୍ଷା ବିଧାନାର୍ଥ ତାଙ୍କ ପିଠିରେ ମା'କିମ୍ବା ଘରର ବୟଷ୍କ ସ୍ତ୍ରୀ ଲୋକ ମାନେ ଧିରେ ଧିରେ ବାଡ଼ାନ୍ତି । ମାନ୍ୟତା ରହିଛି ଏହା ଦ୍ୱାରା ଶିଶୁ ମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ତିତ ହୋଇଥାଏ । "ଓଲୁଅ ପରି ବଢ଼ିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ ;ବଜ୍ର ହୋ। ବଜ୍ର ହୋ" ଏହା ଉଚାରଣ କରି ମା'ନିଜ ପିଲାର ସମସ୍ତ ରିଷ୍ଟ ଖଣ୍ତନ କରିଥାଏ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications