ଆଇପିଏସ ସ୍ତରରେ ଅଦଳ ବଦଳ: ଅବିନାଶ କୁମାର ହେଲେ ଅତିରିକ୍ତ ପୋଲିସ କମିଶନର
ଅବିନାଶ କୁମାର ହେଲେ ଅତିରିକ୍ତ ପୋଲିସ କମିଶନର । ବ୍ରିଜେଶ କୁମାରଙ୍କୁ ଗୁଇନ୍ଦା ଡିଆଇଜି (ସିକ୍ୟୁରିଟି ୱିଙ୍ଗ୍) ଭାବେ ବଦଳି ହୋଇଛି । ଦୟାଲ ଗଙ୍ଗୁଆର ହେଲେ ପୋଲିସ୍ ଆଧୁନିକୀକରଣ ADG ହୋଇଛନ୍ତି । ରାଜେଶ କୁମାର ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟିର ADG ହୋଇଛନ୍ତି । ରାଜେଶ କୁମାରଙ୍କୁ SFSLର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

ସେହିପରି ୮୯ ବ୍ୟାଚ୍ର IPS ବି. ରାଧିକାଙ୍କୁ ଅବସର ଅନୁମତି । ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର । ଏବେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ରାଧିକା । ରାଧିକା ଫରେନସିକ୍ ଲାବୋରେଟୋରୀ ନିର୍ଦ୍ଦେଶକ ଦାୟିତ୍ୱରେ ବି ଥିଲେ । ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ରାଧିକା ।
ଅତିରିକ୍ତ ଏସ୍ପି ସ୍ତରରେ ବୁଧବାର ଛୋଟ ଧରଣର ଅଦଳବଦଳ ହୋଇଛି । ପାରାଦୀପ ମୁଖ୍ୟାଳୟ ଅତିରିକ୍ତ ଏସ୍ପି ଅମରେନ୍ଦ୍ର ପଣ୍ଡାଙ୍କୁ ଜଗତସିଂହପୁର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। ସେହିପରି ହେମନ୍ତ କୁମାର ପାଢ଼ୀଙ୍କୁ ସୋନପୁରରୁ ବଲାଙ୍ଗୀର, ସୀମା ରେଖା ପଣ୍ଡାଙ୍କୁ ବଡଗଡ ଆଇୟୁସିଏଡବ୍ଲ୍ୟୁରୁ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ, ସୁରେଶ କୁମାର ନାୟକଙ୍କୁ ବଲାଙ୍ଗୀରରୁ ବଡ଼ଗଡ଼ ଆଇୟୁସିଏଡବ୍ଲ୍ୟୁ ଏବଂ କମିଶନରେଟ୍ ପୋଲିସରେ ଅତିରିକ୍ତ ଡିସିପି ଥିବା ସଞ୍ଜୀବ କୁମାର ସତପଥୀଙ୍କୁ ଭୁବନେଶ୍ୱର ସିକ୍ୟୁରିଟି ୱିଙ୍ଗ୍ ଅତିରିକ୍ତ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି ।












Click it and Unblock the Notifications