ପୁଣି ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ ମଜୁମଦାର
ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ । ପୁଣିଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଅଭିଜିତ। ଗତ ୨୪ ଘଣ୍ଟାରେ ତାଙ୍କର ସ୍ଥିତି ଅଧିକ ଖରାପ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱର ଏମ୍ସ। ତେବେ ସେପ୍ଟେମ୍ବର ୪ରୁ ଏମ୍ସରେ ଚିକିତ୍ସିତ ହେଉଛନ୍ତି ଅଭିଜିତ୍।

ଅଗଷ୍ଟ ୨୭ରେ ଗଣେଶ ପୂଜା ସମୟରେ ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରିବା ପରେ ଅଭିଜିତ୍ଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୪ରେ ତାଙ୍କୁ ଏମ୍ସ-ଭୁବନେଶ୍ୱରକୁ ରେଫର କରାଯାଇଥିଲା, ଯେଉଁଠାରେ ତାଙ୍କୁ ହାଇପରଟେନସନ, ହାଇପୋଥାଇରଏଡିଜମ ଓ କ୍ରନିକ ଯକୃତ ରୋଗ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ ହୋଇଛି।












Click it and Unblock the Notifications