ସ୍କାଏ କିଙ୍ଗ ଠକେଇ ମାମଲା: ପାଠକ ବାପା-ପୁଅଙ୍କ ଜାମିନ ଖାରଜ
ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ପାଠକ ବାପା-ପୁଅଙ୍କ ଜାମିନ ଆବେଦନ ଖାରଜ କଲେ ଏଡିଜେ-୩ କୋର୍ଟ ।
ଭୁବନେଶ୍ବର: ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ପାଠକ ବାପା-ପୁଅଙ୍କ ଜାମିନ ଆବେଦନ ଖାରଜ କଲେ ଏଡିଜେ-୩ କୋର୍ଟ । ସେପଟେ ଆଜି ଅଭୟକାନ୍ତ ପାଠକଙ୍କ ରିମାଣ୍ଡ ଅବଧି ସରିଛି । କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।

କମିଶନରେଟ ପୁଲିସ ଅଭୟକାନ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା । ଏହି ସମୟରେ ସେ ଅନେକ ସତ ଓଗାରିଥିବା ଜଣାପଡିଛି। ଅୟଭଙ୍କ ଟଙ୍କାରେ ପୁଅ ଆକଶ ପାଠକ ଅୟସ କରୁଥିଲେ । ତାଙ୍କ ଟଙ୍କାରେ ହିଁ ହୋଟଲେ ଓ ଫ୍ଲାଇଟ ବୁକ୍ ହୋଇଥିଲା । ସ୍କଏକିଙ୍ଗ ଠକେଇ ମାମଲାରେ ପୁଲିସ ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ।












Click it and Unblock the Notifications