ଫେବୃଆରୀ ପୂର୍ବରୁ ରାଜ୍ୟରେ ଲାଗୁ ହେବ 'ଆଭା କାର୍ଡ'
ABHA Card: ଏଣିକି ଗୋଟିଏ ଆକାଣ୍ଟରେ ରହିବ ରୋଗୀଙ୍କ ସମସ୍ତ ଡାଟା । ଖୁବ୍ ଶୀଘ୍ର ଲାଗୁ କରାଯିବ ଖୁବଶୀଘ୍ର ଲାଗୁ ହେବ ନେସନାଲ ଡିଜିଟାଲ ହେଲଥ ମିଶନ । ନେସନାଲ ହେଲଥ ଅଥରିଟି ଅଧିନରେ ରହିବ ଏହି କାର୍ଡ । ଏହି କାର୍ଡର ନାଁ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା 'ଆଭା' କାର୍ଡ ।

ଏହି କାର୍ଡ ଆସିବା ପରେ ରୋଗୀଙ୍କୁ ଆଉ ପ୍ରେସକ୍ରିପସନ ଧରି ବୁଲିବା ପାଇଁ ପଡିବ ନାହିଁ । ଲୋକସଂଖ୍ୟା ଅନୁସାରେ ଆଭା ଆକାଉଣ୍ଟ ରେଜିଷ୍ଟ୍ରେସନ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଲୋକେ ଏହି କାର୍ଡ ଅନଲାଇନ୍ ଆବେଦନ କରିପାରିବେ, ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆୟୁଷ୍ମାନ କାର୍ଡ ସହ ଏହି କାର୍ଡ ମିଳିବା ନେଇ ସୂଚନା ରହିଛି । ସେହିପରି କ୍ୟୁଆର କୋଡ ମଧ୍ୟ ରହିବ । ଯାହା ସ୍କାନ କରିବା ପରେ ରୋଗୀ ପୂର୍ବ ତଥ୍ୟ ବିଷୟରେ ସମସ୍ତ ପ୍ରକାର ସୂଚନା ମିଳିପାରିବ । ତେବେ କେଉଁ ତାରିଖ ସୁଦ୍ଧା ଏହି କାର୍ଡ ମିଳିବ ସେନେଇ କୌଣସି ସୂଚନା ପ୍ରକାଶ ପାଇ ନାହିଁ ।












Click it and Unblock the Notifications