ଶ୍ରୀମନ୍ଦିରରେ ଯାଞ୍ଚ ହେବ ଅବଢ଼ାର ମାନ: ପୃଥ୍ୱୀରାଜ ହରିଚନ୍ଦନ

ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିରରେ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି । କେବଳ ଅବଢ଼ା ନୁହେଁ, ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମାନ ଯାଞ୍ଚ କରିବା ପାଇଁ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ।

ଏ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଥିଲେ ଶ୍ରୀମନ୍ଦିର ମହାପ୍ରସାଦ କୋଠଭୋଗ ହେଉ କିମ୍ବା ବରାଦ ଭୋଗରେ ଓମଫେଡ ଘିଅ ବ୍ୟବହୃତ ହେଉଛି । ସେଭଳି କିଛି ଅଭିଯୋଗ ନାହିଁ । ତେବେ ଘିଅର ମାନକୁ ନେଇ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ କିଭଳି ସ୍ଵତନ୍ତ୍ର ଭାବେ ଶ୍ରୀମନ୍ଦିରକୁ ଆସିପାରିବ ସେନେଇ ଆଲୋଚନା କରାଯିବ । ଦୀପ ଘିଅ ସହ ମହାପ୍ରସାଦରେ ବ୍ୟବହୃତ ଘିଅର ଯୋଗାଣ ସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଘିଅର ମାନ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ।

shree mandir

ସୂଚନା ଅନୁସାରେ ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ପ୍ରସ୍ତୁତ ଲଡୁ ଚିହ୍ନଟ ହେବାପରେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି। ମହାପ୍ରସାଦ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି କି ନାହିଁ ସେନେଇ ମାନ ପରୀକ୍ଷା କରିବାକୁ ଆଇନଜୀବୀ ଦିଲୀପ ବରାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସେହିପରି ଶ୍ରୀମନ୍ଦିରରେ ବ୍ୟବହୃତ ଦୀପରେ ନକଲି ଘିଅ ଓ ମହାପ୍ରସାଦରେ ନକଲି ଘିଅର ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ଆଇନଜୀବୀ ଦିଲୀପ ବରାଳ । ତେବେ ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ଆନନ୍ଦବଜାର ଭିତରେ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ମହାପ୍ରସାଦ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+