ଭଡ଼ାରେ ଲାଗିବ ପରିତ୍ୟକ୍ତ ସରକାରୀ ଜମି ଓ ଘର: 11ଟି ବିଭାଗୀୟ ମୁଖ୍ୟଙ୍କୁ ଚିଠି

ଭୁବନେଶ୍ବର: ଅଚଳ ହୋଇ ପଡ଼ିଥିବା ସରକାରୀ କୋଠା ଏଣିକି ଭଡ଼ାରେ ଲାଗିବ । ଧରି ପଡିରହିଥିବା ସରକାରୀ ଘର ପୁଣି ନୂଆ ହେବ। ଖୋଲିବ ଦୋକାନ, କାଫେ ଓ ବ୍ୟବସାୟୀକ ପ୍ରତିଷ୍ଠାନ। ଏନେଇ ରାଜ୍ୟରେ ସରକାରୀ ଜମି ଓ ଘର ବା କୌଣସି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ ସମ୍ପତ୍ତିକୁ ବ୍ୟବହାର ଉପଯୋଗୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଦେଇଛନ୍ତି 11ଟି ବିଭାଗକୁ ଚିଠି । ଏନେଇ ଗୃହ ବିପଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।

11ଟି ବିଭାଗୀୟ ମୁଖ୍ୟଙ୍କୁ ଚିଠି:

ଗତ 5 ତାରିଖ ଗୃହ ବିଭାଗର ଚିଠି ନମ୍ବର 45576 ରେ ଯୁଗ୍ମ ସଚିବଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରେ 11ଟି ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଚିଠି ଜରିଆରେ ଅବଗତ କରଯାଇଛି । ଯେଉଁଥିରେ ପୋଲିସ ବିଭାଗ ମୁଖ୍ୟ ଡିଜି, ଆଇଜି, ଚିଫ ଇଲେକ୍ସନ କମିଶନ ଓ ଅଗ୍ନିଶମ ପରି ବିଭାଗ ରହିଛି । ମୁଖ୍ୟ ଶାସନ ସଚିବ ଏନେଇ ପୂର୍ବରୁ ଅଲୋଚନା‌ କରିଥିବା ନିଷ୍ପତ୍ତି ଆଧାରରେ ଯେଉଁଠି ସରକାରୀ ଜମି କାର୍ଯ୍ୟକ୍ଷମ‌ ହୋଇନାହିଁ ବା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଅଥବା ବଡବଡ ମାର୍କେଟ କମ୍ପ୍ଲେକ୍ସ ବା କୌଣସି ସେଭଳି ସରକାରୀ ସମ୍ପତ୍ତି ଥିବା ସ୍ଥାନରେ ବ୍ୟବସାୟୀ କରଣ କଲା ଭଳି ଉପଯୋଗୀ ସ୍ଥାନକୁ ଚିହ୍ନଟ କରି ସେସବୁର‌ ରିପୋର୍ଟ ଦେବାକୁ ବିଭାଗ ମୁଖ୍ୟଙ୍କୁ କୁହାଯାଇଛି।

d government land and houses

ସେସବୁ ସ୍ଥାନକୁ ଯିବା ପାଇଁ ଜିଲ୍ଲା ଗସ୍ତରେ ଯାଇ ଏନେଇ ଆଲୋଚନା କରିବା ଆବଶ୍ୟକ ରହିଛି । ଏ ଦିଗରେ କିଭଳି ଆର୍ଥିକ ଅଭିବୃଦ୍ଧି ହୋଇପାରିବ ତାଉପରେ ଗୁରୁତ୍ବ ଦିଆଯିବ । ଆଦିବାସୀ ସଂଗ୍ରାହଳୟ ବା କୌଣସି ଆର୍ଥିକ ଅଭିବୃଦ୍ଧି ହେଲା ଭଳି ବ୍ୟବସାୟୀକ କରଣ ପାଇଁ ଉପଯୋଗୀ ସ୍ଥାନ ଯାଞ୍ଚ ପରେ ସେସବୁ ଭଡ଼ା ବା ଲିଜ ଆକାରରେ ଦେବା ପାଇଁ ପ୍ରସ୍ତୁତ ହେବାକୁ ଚିଠିରେ ସମସ୍ତ ବିଭାଗୀୟ‌ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଲିଷ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । ଜେଲ ଓ କଏଦୀ କାରଗାର ବିଭାଗ ଏନେଇ ପାଖରେ ଥିବା ୧୫ଟି ସ୍ଥାନରେ ତେଲ ଟାଙ୍କି କରିବା ପାଇଁ ପ୍ରସ୍ତାବ ଦେଇଛି‌ । ଯେଉଁଠି ଅନୁମତି ମିଳିଲେ କେନ୍ଦ୍ର ମନ୍ତ୍ରଣାଳୟ ଦ୍ବାରା ସେସବୁ ସ୍ଥାନରେ ତେଲ ଟାଙ୍କି ଖୋଲି କିପରି ପରିଚାଳିତ ହୋଇପାରିବ ସେନେଇ ପ୍ରସ୍ତାବ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+