୨୧ ରେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସେପ୍ଟେମ୍ବର ୨୧ ତାରିଖରେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ (ଆତିଶୀ ମାର୍ଲେନ ସିଂହ)। କାରଣ ଦିଲ୍ଲୀ ଉପ-ରାଜ୍ୟପାଳ ଭିକେ ସକ୍ସେନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଚିଠିରେ ଆତିଶୀଙ୍କ ଶପଥ ଗ୍ରହଣ ପାଇଁ ଏହି ତାରିଖ ପ୍ରସ୍ତାବ ଦେଇଛନ୍ତି।

Atishi

ଗତକାଲି ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଥିଲେ। ସେହିଭଳି ତାଙ୍କ ସହିତ ଉପ-ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିବା ଆତିଶୀ ନୂଆ ସରକାର ଗଠନ କରିବା ପାଇଁ ଦାବି ଜଣାଇଥିଲେ।

ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫାପତ୍ର ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ପରିବର୍ତ୍ତେ ରାଷ୍ଟ୍ରପତିଙ୍କୁ ସମ୍ବୋଧିତ କରି ପ୍ରଦାନ କରିଥିଲେ। କେଜ୍ରିୱାଲ ସେଥିରେ ଲେଖିଥିଲେ ଯେ ସେ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇସ୍ତଫା ଦେଉଛନ୍ତି। ଏହାକୁ ଦୟାକରି ଗ୍ରହଣ କରାଯାଉ। ଆଉ ଏହି ଇସ୍ତଫାପତ୍ରକୁ ସେ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ପ୍ରଦାନ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+