ରାଜଧାନୀରେ ଆପ୍ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜିତ
ଉତ୍କଳ ଦୃଷ୍ଟିହୀନ ସଂଘ ଠାରେ ଖୋର୍ଦ୍ଧା ଜିଲ୍ଲା ଆମ୍ ଆଦମୀ ପାର୍ଟି ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଭୁବନେଶ୍ଵର: ରାଜଧାନୀର ଉତ୍କଳ ଦୃଷ୍ଟିହୀନ ସଂଘ ଠାରେ ଖୋର୍ଦ୍ଧା ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀଟି ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶୁଭାଶିଷ ସ୍ୱାଇଁ, ଏବଂ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁନୀଲ କୁମାର ଷଡ଼ଙ୍ଗୀଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁନୀଲ କୁମାର ଷଡ଼ଙ୍ଗୀ ଙ୍କ ସ୍ୱାଗତ୍ ଭାଷଣ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଞ୍ଚସ୍ଥ ଅତିଥି ମାନେ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ର କଡା ସମ୍ମାଲୋଚନା କରିବା ସହିତ , ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ମଡେଲର ଶିକ୍ଷା ସ୍ୱାସ୍ଥ୍ୟ, ବିଜୁଳୀ , ପାଣି ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ଓଡ଼ିଶାରେ ପରିବର୍ତ୍ତନ ଦରକାର ବୋଲି ଆହ୍ୱାନ ଦେଇଥିଲେ।

ଜିଲ୍ଳା ସଭାପତି ଶ୍ରୀଯୁକ୍ତ ଶୁଭାଶିସ ସ୍ୱାଇଁ, ଜିଲ୍ଳା ସାଙ୍ଗଠନିକ ସଂପାଦକ ସୁନୀଲ କୁମାର ଷଡ଼ଙ୍ଗୀ, ଭୁବନେଶ୍ବର ମହାନଗର ନିଗମ ସଭାପତି ଜୟସୂର୍ଯ୍ୟ କାନୁନଗୋ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ସଭାପତି ପ୍ରଶାନ୍ତ କୁମାର ରନସିଂହ, ଭୁବନେଶ୍ବର ମହାନଗର ନିଗମର ଉପସଭାପତି ସଞ୍ଜୟ କେତନ ନାୟକ, ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀ ସଭାପତି କଳ୍ପତରୁ ପଣ୍ଡା, ଭୁବନେଶ୍ବର ମହାନଗର ନିଗମର ଉପ ସଭାପତି ସ୍ଵର୍ଣ୍ଣ ଲତା ବଳ, ବାଲିଅନ୍ତା ବ୍ଲକ ସଭାପତି ପୀତବାସ ନାୟକ, ବାଲିପାଟଣା ବ୍ଲକ ସଭାପତି ସମରେନ୍ଦ୍ର ଦ୍ଵିବେଦୀ, ଭୁବନେଶ୍ଵର ମହାନଗର ନିଗମର ଉପ ସଭାପତି ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l












Click it and Unblock the Notifications