"ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା: ସରପଞ୍ଚ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସାମିଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ ଚୟନ ବେଳେ ଲୋକ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଇ ପାରିବନାହିଁ ବୋଲି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।
୨୦୨୨ ମସିହା ଜୁଲାଇ ମାସରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଲାଗୁ କରିଥିଲେ ରାଜ୍ୟ ସରକାର । ବିଡିଓଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରାବଧାନ ରହିଛି । ଯୋଜନା ମୁତାବକ ଗ୍ରାମୀଣ ଓଡ଼ିଶାର ସାଂସ୍କୃତିକ ଭିତ୍ତିଭୂମିର ବିକାଶ କରିବା ସହିତ କିଛି ପାରିପାର୍ଶ୍ଵିକ ବିକାଶ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ ।
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର ।

କିନ୍ତୁ ଏହି ଯୋଜନାରେ ସରପଞ୍ଚ ଓ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଇଛି ବୋଲି ଅଭିଯୋଗ କରି ଏକାଧିକ ଲୋକ ପ୍ରତିନିଧି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଜନ ପ୍ରତିନିଧି ଆଇନ ଏବଂ ପଞ୍ଚାୟତିରାଜ ନିୟମ ଆଧାରରେ ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରି କୌଣସି ପ୍ରକାରେ ଉପେକ୍ଷା କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା
୨୦୧୯ ସେପ୍ଟେମ୍ବର ୧୮ ତାରିଖରେ ଆରମ୍ଭ ହୋଇଥିବା 'ଆମ ଗାଁ ଆମ ବିକାଶ' ନାମରେ ପରିଚିତ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ସଂଶୋଧନ କରାଯାଇ 'ଆମ ଓଡ଼ିଶା ନବିନ ଓଡ଼ିଶା' ନାମରେ ନାମିତ କରାଯାଇଛି। ଗ୍ରାମୀଣ ଓଡ଼ିଶାରେ ପରିବର୍ତନ ଆଣିବା, ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଦ୍ରୁତ ଅଭିବୃଦ୍ଧି ତଥା ସମୃଦ୍ଧ ସଂସ୍କୃତି ଐତିହ୍ୟର ସଂରକ୍ଷଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ
ଏହା ବ୍ୟତୀତ ଗାଁଗୁଡ଼ିକୁ ଇଣ୍ଟରନେଟ୍ ସୁବିଧା, କ୍ରୀଡ଼ା ଭିତ୍ତିଭୂମି, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର, ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ସଂଯୋଗ ସହିତ ସଶକ୍ତ କରିବା ଏହାର ଲକ୍ଷ୍ୟ।
'ଆମ ଓଡ଼ିଶା, ନବୀନ ଓଡ଼ିଶା' ଯୋଜନାରେ ସରକାର ୩୩୯୭ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ କରି ୯୦,୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବେ।
ରାଜ୍ୟର ୬ହଜାର ୭୯୪ଟି ପଞ୍ଚାୟତରେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ସରକାର ପ୍ରୋତ୍ସାହିତ କରିବେ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଗାଁରେ ଡିଜିଟାଲ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯିବ।












Click it and Unblock the Notifications