ବନ୍ଦ ହେବନି ଆହାର କେନ୍ଦ୍ର; ସ୍ପଷ୍ଟ କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, କହିଲେ, ଚାଲୁ ରହିବ ଆହାର ଯୋଜନା

ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଲୋକପ୍ରିୟ ଆହାର ଯୋଜନା ବନ୍ଦ ହେବନି । ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ଏହି ଘୋଷଣା କରିଛନ୍ତି ।

ତେବେ 'ଆହାର' ପ୍ରତି ଲୋକଙ୍କ ଆଗ୍ରହ ଥିବାରୁ ଏହା ଏକ ଲୋକପ୍ରିୟ ଯୋଜନା । ତେଣୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି । ତେବେ ଆହାର ନାଁ ପରିବର୍ତ୍ତନ କରାଯିବ କି ନାହିଁ ପରବର୍ତ୍ତୀ ସମୟରେ ସମୀକ୍ଷା ହେବ ।

ମନ୍ତ୍ରୀ ଆହାର କେନ୍ଦ୍ର ବୁଲି ସମୀକ୍ଷା କରିବା ସହ ଟୋକେନ୍ କାଟି ନିଜେ ଲୋକଙ୍କ ସହ ବସି ଆହାର କେନ୍ଦ୍ରରେ ଖାଇଥିଲେ । ତେବେ ରାଜ୍ୟରେ ବର୍ତମାନ ପନିପରିବା ଦର ଅଧିକ ରହିଥିବାରୁ ଖାଦ୍ୟରେ ପରିବା କମିଥିବା କଥା ମନ୍ତ୍ରୀ ସ୍ୱୀକାର କରିଛନ୍ତି । ଆଗକୁ ଖାଦ୍ୟ ଥାଳିରେ କ'ଣ ଅଧିକ ଦେଇହେବ ତାକୁ ନେଇ ବିଭାଗ ସମୀକ୍ଷା କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Aahaar Kendra

ରାଜ୍ୟରେ ଭାଜପା ସରକାର ଆସିବା ପରେ 'ଆହାର' ଯୋଜନା ବନ୍ଦ କରାଯିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ପରେ ଏହା ଚାଲୁ ରହିବ ବୋଲି ସରକାର ସୂଚନା ଦେଇଥିଲେ ।

ଆଜି ମନ୍ତ୍ରୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ର ଯାଇଥିଲେ । ନିୟମ ଅନୁଯାୟୀ ନିଜେ ଆହାର କେନ୍ଦ୍ରରେ ଟୁକୋନ ଆଣିଥିଲେ। ପରେ ଧାଡିରେ ଯାଇ ଖାଇବା ଥାଳି ଆଣି ନିଜେ ଖାଇଛନ୍ତି ମନ୍ତ୍ରୀ ।

ଖାଇବା ଥାଳିରେ ଆଉ ଅଧିକ କଣ ଦିଆଯାଇପାରିବ ସେ ଦିଗରେ ସମୀକ୍ଷା କରିବା ପରେ କଣ ପଦକ୍ଷେପ ନେଇହେବ ଚିନ୍ତା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟରେ ପରିବା କମିଛି । ନିଜେ ଖାଦ୍ୟ ଖାଇବା ପରେ ଏହାକୁ ସ୍ବୀକାର କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତେବେ ଆହର କେନ୍ଦ୍ରର ନାମ ପରିବର୍ତ୍ତନ ନେଇ କହିଛନ୍ତି, ଆବଶ୍ୟକ ହେଲେ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+