ରସୁଲଗଡ଼ ଛକରେ ଯୁବକଙ୍କୁ ବିଭତ୍ସ ହତ୍ୟା
ଭୁବନେଶ୍ୱରରେ ଆଜିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ଭୁବନେଶ୍ୱରର ଛକ ଛକରେ ଜଗିଛନ୍ତି ପୋଲିସ ଏବଂ ସୁରକ୍ଷାକର୍ମୀ । ହେଲେ ଏତେ କଡ଼ା ସୁରକ୍ଷା ମଧ୍ୟରେ ବି ରାଜଧାନୀରେ ଥମୁନି ଅପରାଧୀଙ୍କ ଆତଙ୍କରାଜ । ରସୁଲଗଡ଼ ଛକରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି ।

ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ରସୁଲଗଡ଼ ଛକରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ସେ ଏକ ସ୍କୁଟିରେ ଯାଉଥିବା ସମୟରେ କେହି ପଛରୁ ଆସି ଏକ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯେଉଁଥିରେ ତାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତ ଯୁବକଙ୍କ ମୁଣ୍ଡ କଟା ହୋଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାର ଦେଖିବାକୁ ମିଳିଛି । ତେବେ ମୃତ ଯୁବକ ସ୍ଥାନୀୟ କେଦାରପଲ୍ଲୀ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ମଞ୍ଚେଶ୍ୱର ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ସେହିପରି ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କରିଛି । ସେନେଇ କୌଣସି ସଠିକ୍ ତଥ୍ୟ ପୋଲିସର ହସ୍ତଗତ ହୋଇନାହିଁ । ବାକି ପୋଲିସର ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଏବଂ କେମିତି ହତ୍ୟା ହୋଇଛି, ତାହା ଜଣାପଡିବ ।












Click it and Unblock the Notifications