ଡ୍ୟାମରୁ ପଥର ବନ୍ଧା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ
ମୟୁରଭଞ୍ଜ: ଆଜି ରଙ୍ଗର ପର୍ବ ହୋଲି । ହେଲେ ଆଜି ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି । ହୋଲି ଖେଳି ସାରି ଗାଧୋଇବା ବେଳେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଖବର ବିଭିନ ଯାଗାରୁ ଆସୁଛି । ଆଉ ହୋଲିରେ ମୟୂରଭଞ୍ଜରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମୟୂରଭଞ୍ଜ କପ୍ତିପଦା ଥାନା ସୋନ ଡ୍ୟାମରୁ ପଥର ବନ୍ଧା ଯାଇଥିବା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ ।

ଶାଳଚୁଆ ଅଂଚଳର ଜଣେ ଯୁବକ ମାଛ ମାରିବା ସମୟରେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଁଚି ମୃତଦେହ ଉଦ୍ଧାର କରିଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ହତ୍ୟା ପରେ ଦୁର୍ବୃତ ମହିଳାଙ୍କ ଶାଢ଼ୀ କାନିରେ ପଥର ବାନ୍ଧି ଡ୍ୟାମ ଭିତରକୁ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ପରିଚୟ ମିଳିପାରି ନାହିଁ ।












Click it and Unblock the Notifications