ପଛରୁ ଆସି ପିଟିହେଲା ଟ୍ରକ୍ ; ଓଲଟିଲା ବାସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଲଟିଲା ଯାତ୍ରୀବାହୀ ବସ୍‌ । ସମ୍ବଲପୁର ଗୋଳଗୁଣ୍ଡା ଓଭରବ୍ରିଜ୍‌ ନିକଟରେ ଓଲଟିଛି ଯାତ୍ରୀବାହୀ ବସ୍‌ । ଯେଉଁଥିରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

accident

ଖବର ଅନୁଯାୟୀ, ଏକ ଯାତ୍ରୀବାହୀ ବସ୍ ଦକ୍ଷିଣକାଳି ଫୁଲବାଣୀ ଆସି ବୁର୍ଲା ଦେଇ ରେଢାଖୋଲ ଏବଂ ପରେ ଫୁଲବାଣୀ ଦେଇ ଫେରିଥାଏ । ଶନିବାର ସମ୍ବଲପୁର ବୁର୍ଲା ଗୋଳଗୁଣ୍ଡା ଓଭରବ୍ରିଜ୍‌ ନିକଟରେ ଏହି ଘଟଣା ଘଟିଛି । ଶନିବାର ଭୋର ସମୟରେ ଏକ ଟ୍ରକ୍‌ ଆସି ଉକ୍ତ ବସ୍‌କୁ ପଛରୁ ଧକ୍କା ଦୋଇଥିଲା । ଯାହାଫଳରେ ବସ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସୌଭାଗ୍ୟବଶତଃ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେବଳ କଣ୍ଡକ୍ଟର୍ ଆହତ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+