ଭୟଙ୍କର ରୂପ ଧାରଣ କରି ମାଡ଼ି ଆସୁଛି ବାତ୍ୟା ଦାନା; ଆସିପାରେ ସମୁଦ୍ର ଜୁଆର, ସତର୍କ ସୂଚନା ଜାରି
ବାତ୍ୟା ପ୍ରଭାବରେ କେତେକ ଜିଲ୍ଲାରେ ବର୍ଷା ଜାରି ରହିଛି। ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଉଛି । ସମୁଦ୍ରରୁ ବାତ୍ୟା ଦାନା ଅତି ଭୟଙ୍କର ଭାବରେ କୂଳକୁ ମାଡି ଆସୁଛି।

ପାରାଦୀପରେ ସର୍ବାଧିକ ୬୨.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୪୬.୨, କୁଜଙ୍ଗ ଓ ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ଓ ନୀଳଗିରିରେ ୨୩ ମିଲିମିଟର, ପଟ୍ଟାମୁଣ୍ଡାଇରେ ୨୨.୫, ଆଳିରେ ୨୧ ମିମି ବର୍ଷା ରେକର୍ଡ ହୋଇଛି।
ପୁଣି ଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରକ , ବାଲେଶ୍ଵର, କେନ୍ଦ୍ରାପଡା ଉପକୂଳରେ ସ୍ଵାଭାବିକଠୁ ଅଧିକ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିବା ନେଇ ଆଶଙ୍କା କରାଯାଉଛି।












Click it and Unblock the Notifications