ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା ପରିସ୍ଥିତି
ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଦୋଳବେଦୀକୁ ଚଳନ୍ତି ପ୍ରତିମା ବିଜେ ସମୟରେ ଏହି ଅଘଟଣ ଘଟିଛି। ଉତ୍ତର ପ୍ରଦେଶର ଜଣେ ମହିଳାଙ୍କ ଘାଗରା ଲାଗିଯିବାରୁ ସେ ପଡ଼ି ଯାଇଥିଲେ। ଆହୁରି ୨-୩ ଜଣ ମହିଳା ମଧ୍ୟ ପଡ଼ି ସାମାନ୍ୟ ଆହତ ଥିବା ସୂଚନା ମିଳିଛି। ପୋଲିସ ଆହତ ମହିଳାଙ୍କୁ ହସ୍ପିଟାଲ ନେଇଥିଲା ବେଳେ ଚିକିତ୍ସା ପରେ ସେମାନେ ଡିସଚାର୍ଜ ହୋଇ ଥିବା ଜଣାପଡ଼ିଛି।













Click it and Unblock the Notifications