ପଶ୍ଚିମବଙ୍ଗ ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଏକ ଟିମ୍
ପଶ୍ଚିମବଙ୍ଗ ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଏକ ଟିମ୍। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସୂଚନା । ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ବର୍ବରକାଣ୍ଡ'। ମୋ ତରଫରୁ ଯାହା କିଛି ହୋଇପାରିବ, ମୁଁ ନିଶ୍ଚୟ କରିବି'। ପୀଡ଼ିତାଙ୍କ ପରିବାର ସହ ମୁଁ ଯୋଗାଯୋଗରେ ରହିଛି'। ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି, ନିଶ୍ଚୟ ଦଣ୍ଡ ମିଳିବ'।

ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀ । କଲେଜ କ୍ୟାମ୍ପସ ବାହାରକୁ ଜଣେ ପୁରୁଷ ବନ୍ଧୁଙ୍କ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରିବା ସହ ନିଛାଟିଆ ଜାଗାକୁ ଟାଣି ନେଇଥିଲେ । ଜଙ୍ଗଲିଆ ଜାଗାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୁରୁଷ ବନ୍ଧୁ ଯୁବତୀଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୁରୁଷ ବନ୍ଧୁଙ୍କ ସଂପୃକ୍ତିକୁ ନେଇ ଉପୁଜିଛି ସନ୍ଦେହ । ପୀଡ଼ିତାଙ୍କ ଠାରୁ ମୋବାଇଲ୍ ଓ ୫ହଜାର ଟଙ୍କା ଛଡ଼ାଇନେଲେ ଦୁର୍ବୃତ୍ତ । ମେଡିକାଲ ଆଇସିୟୁରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ଏହାକୁ ନେଇ କଲେଜ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି । ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।
ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଏଭଳି ଉଦବେଗଜନକ ଘଟଣା ଘଟିଛି । ଘରୋଇ ମେଡିକାଲ କଲେଜରେ ପଢୁଥିଲେ ସମ୍ପୃକ୍ତ ଓଡ଼ିଆ ଛାତ୍ରୀ । ଏମ୍ବିବିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ । ପଶ୍ଚିମବଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣାକୁ ନେଇ ମେଡିକାଲ କଲେଜ କ୍ୟାମ୍ପସ୍ ସମେତ ଦୁର୍ଗାପୁରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ସମ୍ପୃକ୍ତ ମେଡିକାଲ କଲେଜର ଶତାଧିକ ଛାତ୍ରଛାତ୍ରୀ ।
ସେପଟେ ଗଣଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ । ସମବେଦନା ଜଣାଇବା ସହିତ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖାଯାଇଛି । ବାଲେଶ୍ଵର ଏସ.ପି ଦୁର୍ଗାପୁର ପୁଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି । ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନଯାପନ କରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅପରାଧୀମାନେ ଯେପରି କଠୋର ଦଣ୍ଡ ପାଇବେ ସେଥିପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି ବୋଲି ସେ ଜଣାଇଥିଲେ । ଓଡ଼ିଶାର ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗରେ ରହି ଯାହା ଆଇନଗତ ଏବଂ ଯେ କୌଣସି ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମବେଦନା ଓ ସହାୟତା ପାଇଁ ପୀଡ଼ିତାଙ୍କ ପିତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।












Click it and Unblock the Notifications