ଓଡିଶା ଗସ୍ତରେ ନିର୍ବାଚନ ଆୟୋଗଙ୍କ ଟିମ୍; ଆଜି ଜିଲ୍ଳାପାଳଙ୍କ ସହ ଆଲୋଚନା
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଓଡିଶା ଗସ୍ତରେ ଆସିଛନ୍ତି ନିର୍ବାଚନ ଆୟୋଗଙ୍କ ଟିମ୍ । ଆଜି ଜିଲ୍ଲାପାଳ ମାନଙ୍କ ସହ ବୈଠକ କରିବ ଟିମ । ଆଉ ଆଲୋଚନା ପରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ । ତେବେ ନିର୍ବାଚନ ଆଗୁଆ ହେବ କି ନାହିଁ ସେ ନେଇ ଏଯାଏଁ ଦ୍ଵନ୍ଦ ସ୍ପଷ୍ଟ ହୋଇ ନାହିଁ ।
ରାଜ୍ୟରେ ବିଜେଡ଼ିକୁ ଛାଡ଼ି ଅନ୍ୟ ଦଳ ମାନେ ନିର୍ବାଚନ ପାଇଁ ସେତେଟା ପ୍ରସ୍ତୁତ ନୁହନ୍ତି । ବିଜେପି ବି ଏତେଟା ପ୍ରସ୍ତୁତ ନୁହେଁ ବୋଲି କୁହାଯାଉଛି । ଯଦି ଆଗୁଆ ନିର୍ବାଚନ ହୁଏ ତେବେ ନବୀନ ମ୍ୟାଜିକ ହଁ ବିଜେଡି ପାଇଁ ହେବ ସାହା ଭରସା । ସେପଟେ କେନ୍ଦ୍ର ସରକାରଙ୍କ ସଫଳତାକୁ ଅସ୍ତ୍ର କରିବ ବିଜେପି ।
ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଏକ ଟିମ୍ । ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଏହି ଟିମ୍ ଯୋଗଦେବ । ନିର୍ବାଚନ ଆୟୋଗଙ୍କ ଟିମ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିିବେ ।
ଏହି ବୈଠକରେ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଲୋଚନା ହେବ । ସେହିପରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ଚର୍ଚ୍ଚା ହେବ ।

ନିର୍ବାଚନ ପାଇଁ ବିଧିବଧ ଭାବେ ତାରିଖ ଘୋଷଣା ହୋଇନଥିବା ବେଳେ ନିର୍ବାଚନ ଆୟୋଗର ପ୍ରସ୍ତୁତି ପୁଣି ଓଡ଼ିଶା ରାଜନୈତିକ ମାହୋଲକୁ ବେଶ୍ ସରଗରମ କରିଛି । ଏହା ସହ କେତେବେଳେ ରାଜ୍ୟରେ ନିର୍ବାଚନ ହୋଇ ଯାଇପାରେ ବୋଲି କୁହାଯାଇଛି ।












Click it and Unblock the Notifications