ବିଜ୍ଞାନ ପରୀକ୍ଷାରେ କପି କରୁଥିଲେ ପରୀକ୍ଷାର୍ଥୀ ଧରାଇଲା ଦେଲା ଏଆଇ

ମାଟ୍ରିକ ବିଜ୍ଞାନ ପରୀକ୍ଷାରେ କପି କରୁଥିବା ବେଳେ ଧରାପଡିଛନ୍ତି ୭ ଜଣ ପରୀକ୍ଷାର୍ଥୀ । ଏମାନଙ୍କୁ କୌଣସି ସ୍କ୍ୱାଡ଼ ଧରିନାହାନ୍ତି ବରଂ ଚଳିତବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଲାଗିଥିବା ଏଆଇ କ୍ୟାମେରା ଏମାନଙ୍କୁ ଧରିଛି । ଏହି ୭ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ବୋର୍ଡ କର୍ତ୍ତୃପକ୍ଷ । ୪ଟି ସ୍କ୍ୱାଡ଼ ସମ୍ବଲପୁର ଜିଲାର ୨୦ଟି ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରିଥିଲେ ।

AI

ଏଥିରୁ ଦୁଇଟି କେନ୍ଦ୍ରୀୟ ସ୍କ୍ୱାଡ଼ ୫ଟି ଲେଖାଏଁ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ସମ୍ବଲପୁର ଜିଲା ଶିକ୍ଷାଧିକାରୀଙ୍କ ସ୍କ୍ୱାଡ଼ ୩ଟି ଏବଂ ସ୍ଵତନ୍ତ୍ର ସ୍କ୍ୱାଡ଼ ୭ଟି କେନ୍ଦ୍ର ପରିଦର୍ଶନ କରିଥିଲେ । ବିଜ୍ଞାନ ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ କପି କରୁଥିବା ନେଇ ଏଆଇ କ୍ୟାମେରାରୁ ଜଣାପଡିବା ପରେ ଭିନ୍ନ ଭିନ୍ନ ପରୀକ୍ଷାକେନ୍ଦ୍ର କର୍ତ୍ତୃପକ୍ଷ ଏଭଳି ଛାତ୍ରଛାତ୍ରୀଙ୍କୁ ମାଲ ପ୍ରାକ୍ଟିସରେ ପକାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+