ଓଡ଼ିଶା ପୋଲିସ ପାଇଁ ଦେଉଥିଲେ ଇଣ୍ଟରଭ୍ୟୁ, ଚାଲିଗଲା ଜୀବନ

ଗଞ୍ଜାମ:ଓଡ଼ିଶା ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁ ସମୟରେ ଘଟିଛି ଅଘଟଣ । ଦୌଡିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଗଞ୍ଜାମ ଛତ୍ରପୁର ରିଜର୍ଭ ପୋଲିସ ପଡିଆରେ ।
ସୂଚନା ଅନୁସାରେ, ଛତ୍ରପୁର ସ୍ଥିତ ରିଜର୍ବ ପୋଲିସ ପଡିଆ ଠାରେ ୧୬୦୦ ମିଟର ଦୌଡିବା ସମୟରେ ଜଣେ ଛାତ୍ର ହଠାତ୍ ଅଚେତ ହୋଇ ପଡିଥିଲେ । ପରେ ତାଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇ ପଡିବାରୁ ତାଙ୍କୁ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଖଲିକୋଟର ଶ୍ୟାମସୁନ୍ଦରପୁରର ଦିପ୍ତି ରଞ୍ଜନ ଦାସ । ସୂଚନା ଅନୁସାରେ, ପ୍ରଥମେ ସେ ଲିଖିତ ପରୀକ୍ଷାରେ ପାସ୍ କରିବା ପରେ ଶାରୀରିକ ପରୀକ୍ଷା ଦେବା ପାଇଁ ଛତ୍ରପୁର ଯାଇଥିଲେ । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।












Click it and Unblock the Notifications