ବାଲିଅନ୍ତା ନଦୀରେ ଯୁବକ ନିଖୋଜ ଘଟଣା : ୨୭ ଘଣ୍ଟା ପରେ ମିଳିଲା ମୃତଦେହ

ବାଲିଅନ୍ତା ନଦୀରେ ଯୁବକ ନିଖୋଜ ଘଟଣା । ନଦୀରେ ଭାସି ଯିବାର ୨୭ ଘଣ୍ଟା ପରେ ମିଳିଲା ମୃତ ଦେହ । ମୃତକଙ୍କ ନା ଜୟଦେବ ପ୍ରସାଦ ତାଙ୍କ ଘର ଝାରପଡା ଅଞ୍ଚଳରେ ।

ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ନିଖୋଜ ଛାତ୍ର ଜଣଙ୍କ ହେଲେ ଝାରପଡ଼ା ଅଞ୍ଚଳର ଜୟଦେବ ପ୍ରସାଦ।

ବାଲିଅନ୍ତା ଅଲାରପୁର ନିକଟରେ ଥିବା ପୁରୀ କେନାଲ ନିକଟକୁ ୬ଜଣ ଛାତ୍ର ବୁଲିବାକୁ ଯାଇଥିଲେ । ଏହାପରେ ଛାତ୍ରମାନେ ପୁରୀ କେନାଲରେ ଗାଧୋଇଥିଲେ । ତେବେ ଏହି ସମୟରେ ଜୟଦେବଙ୍କ ଗୋଡ଼ ଖସିଯାଇଥିଲା। ଆଉ ସେ ପାଣିରେ ବୁଡ଼ି ଯାଇଥିଲେ।

ବୁଡି ଯାଇଥିବା ଦିନ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ ହେଲେ ତାକୁ ପାଇ ନଥିଲେ । ଗତକାଲି ତାର ମୃତଦେହ ମିଳିଛି ।

ସାଙ୍ଗସାଥୀ ମାନେ ବି ଏହି ଘଟଣା ପରେ ଭୟଭୀତ ଅଛନ୍ତି । ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ଯୋଗ୍ୟ, ଭୁବନେଶ୍ବର ବାଲିଅନ୍ତା ବ୍ଲକ ରଙ୍ଗବଜାର ନିକଟରେ ନଦୀରେ ଗାଧୋଇବାକୁ ଯାଇଥିଲା ବେଳେ ଭାସି ଯାଇଥିଲେ ଯୁବକ । ୪ଜଣ ପିଲା ରଙ୍ଗବଜାର ନିକଟକୁ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ଏହି ସମୟରେ ଜଣେ ବାଳକଙ୍କ ନଦୀରେ ଗୋଡ଼ ଖସିଯିବାରୁ ସେ ପାଣିରେ ଭାସଯାଇଥିଲା । ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

death

ମୃତ ଖବର ପାଇବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସାଙ୍ଗେ ଗାଧୋଇବାକୁ ଯାଇଥିବା ଯୁବକ ମାନେ ବି ଏହି ଘଟଣା ପରେ ସ୍ତବ୍ଧ ହୋଇ ଯାଇଛନ୍ତି । ଚାରିଆଡେ଼ ଶୋକର ଛାୟା ଖେଳିଯାଇଛି । ତେବେ ସେମାନେ ଗାଧୋଇବାକୁ ଗଲାବେଳେ ପରିବାରକୁ ଜଣାଇଥିଲେ କି ନାହିଁ । ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ଖୁବ୍ ଶୀଘ୍ର ଏହା ସ୍ପଷ୍ଟ ହେବ । କେମିତି ଘରୁ ନ କହି ଆସିଲେ ତା ବି ଏବେ ପ୍ରଶ୍ନ ସୃଷ୍ଟି କରିଛି । ତେବେ ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+