ମାଡ଼ି ଆସୁଛି ବାତ୍ୟା ଦାନା; ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିତରକନିକା- ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଦାନା ।

ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ଯାଏଁ ଚାଲୁ ରହିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ପବନର ବେଗ ଧିରେ ଧିରେ ବଢୁଛି । ଏହି ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଉଛି ।
ସେପଟେ ବାତ୍ୟା ପ୍ରଭାବରେ ଭଦ୍ରକ ଧାମରାରେ ବର୍ଷା ଜାରି ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ସବିଶେଷ ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏବଂ ଆଜି ରାତି ୧୧.୩୦ ସମୟରେ ଏହା ଧାମରା ପାଖରୁ ପ୍ରାୟତଃ ୪୦ କିମି ଦୂରରେ ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ଏହା ଆସନ୍ତା ୩-୪ ଘଣ୍ଟା ମଧ୍ୟରେ ଭିତର କନିକା ଓ ଧମାର ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ। ବର୍ତ୍ତମାନ ପବନର ବେଗ ୧୦୦-୧୨୦ କିମିରେ ବୋହୁଛି। ଏହି ପବନ ବେଗ ସହ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।












Click it and Unblock the Notifications