ମାଡ଼ି ଆସୁଛି ବାତ୍ୟା ଦାନା; ହେଲ୍ପଲାଇନ୍ ଓ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କଲେ ରାଜ୍ୟ ସରକାର
ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ତାପୂର୍ବରୁ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ଦାନା। ଉପକୂଳରେ ଆରମ୍ଭ ହେଲାଣି ବର୍ଷା। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି। ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝିପିଝିପି ବର୍ଷା ହେଉଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି ।

୧. ବାଲେଶ୍ବର-କଣ୍ଟ୍ରୋଲ୍ ରୁମ୍-06782-262286, 06782-261077
୨. ମୟୂରଭଞ୍ଜ-କଣ୍ଟ୍ରୋଲ୍ ରୁମ୍-06792-252759, 06792-252941
୩.ଭଦ୍ରକ-କଣ୍ଟ୍ରୋଲ୍ ରୁମ୍-06784-251881
୪.ଯାଜପୁର-କଣ୍ଟ୍ରୋଲ୍ ରୁମ୍-06728-222648
୫.କେନ୍ଦ୍ରାପଡ଼ା-କଣ୍ଟ୍ରୋଲ୍ ରୁମ୍-06727-232803
୬.କେନ୍ଦୁଝର-କଣ୍ଟ୍ରୋଲ୍ ରୁମ୍-06766-255437
୭.ଜଗତ୍ସିଂହପୁର-କଣ୍ଟ୍ରୋଲ୍ ରୁମ୍-06724-220368
୮.କଟକ-କଣ୍ଟ୍ରୋଲ୍ ରୁମ୍-0671-2507842
୯.ଢେଙ୍କାନାଳ-କଣ୍ଟ୍ରୋଲ୍ ରୁମ୍-06762-226507, 06762-221376
୧୦.ଅନୁଗୁଳ-କଣ୍ଟ୍ରୋଲ୍ ରୁମ୍-06764-230980
୧୧.ପୁରୀ-କଣ୍ଟ୍ରୋଲ୍ ରୁମ୍-06752-223237
୧୨.ଖୋର୍ଦ୍ଧା-କଣ୍ଟ୍ରୋଲ୍ ରୁମ୍-06755-220002
୧୩.ଗଞ୍ଜାମ-କଣ୍ଟ୍ରୋଲ୍ ରୁମ୍-06811-263978
୧୪.ନୟାଗଡ଼-କଣ୍ଟ୍ରୋଲ୍ ରୁମ୍-06753-252978
ଏପଟେ ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା 'ଦାନା'। ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍। କାଲି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ 'ଦାନା'। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ରହିବ ୧୦୦-୧୨୦ କିମି । ଏବେ ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା ଦାନା। ଉତ୍ତର ପଶ୍ଚିମ ଦିଗରେ କରି କରି ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ ଦାନା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବେ ଆଗକୁ ବଢୁଛି ବାତ୍ୟା ଦାନା। ସମୁଦ୍ରରୁ ବଳ ଗୋଟାଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ଏବେ ବାତ୍ୟାର ଘଣ୍ଟାପ୍ରତି ବେଗ ରହିଛି ୧୫ କିଲୋମିଟର। ଦାନା ଏବେ ପାରାଦୀପ ଉପକୂଳରୁ ୫୨୦ କିମି ଦକ୍ଷିଣ ପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୬୦୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ବାଂଲାଦେଶ ଖେପୁପରାରୁ ୬୧୦ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି ବାତ୍ୟା ।












Click it and Unblock the Notifications