ଶ୍ରୀମନ୍ଦିରେ ଆରମ୍ଭ ହେଲା ସ୍ଵତନ୍ତ୍ର ବ୍ୟବସ୍ଥା
ଏବେ ଠାରୁ ଅଣ ହିନ୍ଦୁଙ୍କୁ ରୋକିବା ପାଇଁ ଆରମ୍ଭ ହେଲା ସ୍ଵତନ୍ତ୍ର ବ୍ୟବସ୍ଥା। ଆଜିଠାରୁ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସିଂହଦ୍ୱାର ପ୍ରତିହାରୀ ସେବା। ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳୁ ଦ୍ୱାର ଫିଟା ସମୟରେ ଦୁଇ ଜଣ ଓ ସନ୍ଧ୍ୟାରେ ଆଳତି ସମୟରେ ୨ଜଣ ପ୍ରତିହାରୀ ସେବକ ମୁତୟନ ରହିବେ । ସିଂହଦ୍ୱାର ନିକଟରେ ଜଗିରହିଛନ୍ତି ପ୍ରତିହାରୀ ସେବକ। ଶ୍ରଦ୍ଧାଳୁଙ୍କୁ ଉପରେ ସେମାନେ ରଖିଛନ୍ତି ନଜର। କୌଣସି ଅଣହିନ୍ଦୁ ଯେପରି ମନ୍ଦିର ଭିତରକୁ ପ୍ରବେଶ ନକରନ୍ତି, ସେଥିପାଇଁ ନଜର ରଖିଛନ୍ତି।

ନିକଟ ଅତୀତରେ ବାରମ୍ବାର ଅଣହିନ୍ଦୁ ମାନଙ୍କର ଶ୍ରୀମନ୍ଦିର ପ୍ରବେଶ ଓ ସେଥିଯୋଗୁଁ ନୀତିକାନ୍ତି ପ୍ରଭାବିତ ହେବା ଘଟଣା ସାମ୍ନାକୁ ଆସିବା ପରେ, ଏଭଳି ନିଷ୍ପତ୍ତି ନିଆଯାଇଛି ।
ପୂର୍ବକାଳରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରତିହାରୀ ସେବକମାନେ ଦାୟିତ୍ୱ ନିର୍ବାହ କରୁଥିଲେ। ତେବେ କାଳକ୍ରମେ ସିଂହଦ୍ୱାର ପ୍ରତିହାରୀ ସେବା ବନ୍ଦ ହୋଇଯାଇଥିଲା। ସେମାନେ କେବଳ ଶ୍ରୀମନ୍ଦିର ଭିତରେ ଏବଂ ରଥଯାତ୍ରା ସମୟରେ ସେବା ଯୋଗାଉଥିଲେ। ତେବେ ଅଣହିନ୍ଦୁଙ୍କୁ ଚିହ୍ନଟ କରି ସେମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ନଦେବା ପାଇଁ ସିଂହଦ୍ୱାର ପ୍ରତିହାରୀ ସେବାର ପୁନଃପ୍ରଚଳନ ହୋଇଛି।












Click it and Unblock the Notifications