ସ୍ମାର୍ଟ ମିଟର ଲଗାଇବାକି ପଡ଼ିବ , ଯାହାର ଯାହା ଅଭିଯୋଗ ଅଛି ଜାଣନ୍ତୁ; ମନ୍ତ୍ରୀ

ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଙ୍ଗଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଟେକ୍ନୋଲଜି ସହ ଯୋଡିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡିବ । ଏହା ଭାରତ ସରକାରଙ୍କ ଗାଇଡଲାଇନରେ ଅଛି । ସ୍ମାର୍ଟ ମିଟର ନେଇ ଯାହାର ଅଭିଯୋଗ ଅଛି ସେମାନେ ଲିଖିତ ଭାବେ ଜଣାନ୍ତୁ ବୋଲି କହିଛନ୍ତି କେ.ଭି ସିଂଦେଓ ।

Kanak Vardhan Singhdeo

ସାଧାରଣ ମିଟର ନେଇ ଟେଷ୍ଟ କରି ଦେଖାଇ ଦିଆଯିବ । ଏବେ ଯାଏଁ ଲୋକଙ୍କର ସୁଇଚ ବନ୍ଦ କରିବାର ଅଭ୍ୟାସ ଯାଇନି । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁନି । ତେଣୁ ସ୍ମାର୍ଟ ମିଟର ଲାଗିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ।

ଗତ କିଛି ମାସ ତଳେ ବରଗଡ ଜିଲ୍ଲାରେ ସ୍ମାର୍ଟ ମିଟରକୁ ନେଇ ତାତି ଥିଲେ ଗାଁ ଲୋକେ । ବରଗଡ ଗ୍ରିଡ୍ ଅଫିସ ସମ୍ମୁଖରେ ପୁଳା ପୁଳା ସ୍ମାର୍ଟ ମିଟର ଆଣି ଭାଙ୍ଗିଥିଲେ ଚାଷୀ ଓ ସାଧାରଣ ଉପଭୋକ୍ତା । ଅଭିଯୋଗ ଥିଲା ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁଛି । ଏହି ଆଧାରରେ ବରଗଡ ଗ୍ରିଡ୍ ଅଫିସ ଘେରିବା ସହ ଗେଟ୍ ସମ୍ନାରେ ସ୍ମାର୍ଟ ମିଟର ଭାଙ୍ଗିଥିଲେ ଲୋକେ । ଏବେ ପୁଣି ସେହି ସ୍ମାର୍ଟ ମିଟରକୁ ନେଇ ବିବା ଦେଖାଦେଇଥିବା ବେଳେ ସ୍ମାର୍ଟ ମିଟର ବାଧ୍ୟତାମୂଳକ ବୋଲି ସଫା ସଫା କହିଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+