ରାଜ୍ୟ କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ବାପି ସର୍ଖେଲ

ପୁଣି ରାଜ୍ୟ କଂଗ୍ରେସକୁ ଝଟକା ନିର୍ବାଚନ ପୂର୍ବରୁ ଦଳ ଛାଡୁଛନ୍ତି ବରିଷ୍ଠ ନେତା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପାରାଦୀପର ବରିଷ୍ଠ ନେତା ବାପି ସର୍ଖେଲ। ପିସିସି ସଭାପତିଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି। କିଛିଦିନ ତଳେ ବାପିଙ୍କ ସ୍ତ୍ରୀ ମନିଦୀପା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ବେଳେ ଆଜି ବାପି କଂଗ୍ରେସ ଛାଡ଼ିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି।

Bapi sarkhel

୨୦୧୪ ଓ ୨୦୧୯ ମସିହାରେ ବାପି ସର୍ଖେଲ କଂଗ୍ରେସ ଟିକେଟରୁ ପାରାଦୀପ ବିଧାନସଭା ଆସନରୁ ଲଢ଼ି ପରାସ୍ତ ହୋଇଥିଲେ। ଏହାପରେ ପାଖାପାଖି ୩ ବର୍ଷ ହେଲାଣି କଂଗ୍ରେସରେ ଥିଲେ ବି ସେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ।

ଗତ ପୌର ନିର୍ବାଚନରେ 'ଆମ ପାରାଦୀପ, ଆମ ପ୍ରଗତୀ' ନାମକ ଅଣରାଜନୈତିକ ଦଳ ଗଢ଼ିଥିଲେ ବାପି ସର୍ଖେଲ । ଏହାପରେ ପାରାଦୀପ ପୌର ନିର୍ବାଚନରେ ତାଙ୍କ ସମର୍ଥନରେ ୯ କାଉନସିଲର ଜିତିଥିଲେ । ଭାଇସ୍‌ ଚେୟାରମ୍ୟାନ ବି ତାଙ୍କ ସମର୍ଥିତ ପ୍ରାର୍ଥୀ ବୋଲି ଜଣାଯାଇଛି।

ଦୀର୍ଘ ଦିନ ହେଲାଣି କଂଗ୍ରେସଠୁ ଦୂରେଇ ରହୁଥିବା ବାପି ସର୍ଖେଲ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ୧୫ ଦିନ ତଳେ ତାଙ୍କ ସ୍ତ୍ରୀ ମନିଦୀପା ସର୍ଖେଲ ବିଜେଡିରେ ଯୋଗ ଦେଇଥିବା ବେଳେ ଆଜି ସେ କଂଗ୍ରେସ ଛାଡ଼ିଛନ୍ତି। ତେବେ ଏହାପରେ ଏବେ ସେ କେଉଁଠିକୁ ଯିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+