ରାଜଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା , ଜଣେ ମୃତ

ରାଜଧାନୀ ଭୁବନେଶ୍ବରର ରାଜଭବନ ଛକରେ ଶନିବାର ସନ୍ଧ୍ୟାରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍‌ରେ ଆସି ଦୁଇ ବାଇକକୁ ଧକ୍କା ଦେଇଛି। କାର୍ ବାଇକ୍ ଦୁଇଟିକୁ କିଛି ବାଟ ଘୋଷାଡ଼ି ନେଇ ରାଜଭବନ ଗୋଲେଇ ଛକର ଡିଭାଇଡର ଉପରକୁ ଚଢିଯାଇଥିଲା।

ଗୋଟିଏ ବାଇକ୍ କାର ତଳେ ରହିଥିବାବେଳେ ଅନ୍ୟ ଦୂରକୁ ବାଇକ୍‌ ଛିଟିକି ପଡିଥିଲା। କ୍ୟାପିଟାଲ ହସ୍ପିଟାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିବା ଦୁଇ ବାଇକ୍ ଚାଳକଙ୍କ ସମେତ ଅନ୍ୟ ଦୁଇ ଗୁରୁତର ଆହତଙ୍କୁ ଚିକିତ୍ସାଲାଗି କ୍ୟାପିଟାଲ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

road accident

ସୂଚନାନୁଯାୟୀ, ସର୍କିଟ ହାଉସରୁ ଏକ ଆଇ୨୦ କାର୍‌ ସିଧାସଳଖ ରାଜଭବନରୁ ଭୁଲ ପଟରେ ଗୋପବନ୍ଧୁ ଛକକୁ ଯିବାକୁ ଅଗ୍ରସର ହେଉଥିଲା। ଗୋପବନ୍ଧୁ ଛକରୁ ଗୋଟିଏ ବାଇକ୍‌ ଆସୁଥିଲା। ଉଭୟ ଗାଡ଼ିର ମଧ୍ୟରେ ଦୁର୍ଘଟଣା ଘଟିଥିଲା। ପରେ ଅନ୍ୟ ଏକ ବାଇକ୍‌କୁ(ଏଜି ଛକରୁ) ଆସିଥିବା କାର୍‌ଟି ଧକ୍କା ଦେଇଥିଲା। ତେବେ କାର୍‌ ଚାଳକଜଣଙ୍କ ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+