ଭୁବନେଶ୍ୱରରେ ବଡ ଧରଣର ସିରିଜ୍‌ ଦୁର୍ଘଟଣା, ୭ ଆହତ

ଭୁବନେଶ୍ୱର ଜାଭିଅର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସିରିଜ୍‌ ଦୁର୍ଘଟଣା। ପଛକୁ ପଛ ପିଟି ହେଲା କାର୍‌-ଭ୍ୟାନ୍‌-ଅଟୋ। ପ୍ରଥମେ ସ୍କୁଲ ଭ୍ୟାନ୍‌କୁ ପିଟିଲା କାର। ତା'ପରେ ସ୍କୁଲ ଭ୍ୟାନ୍‌ ପିଟିହେଲା ଅଟୋରେ। ଅଟୋଟି ଦୁଇଟି ବାଇକ୍‌ରେ ପିଟି ହୋଇଯାଇଥିଲା। ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେଥିରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

series of accidents

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଜାଭିଅର ବିଶ୍ୱବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଏକ ସ୍କୁଲ ଭ୍ୟାନ୍‌ ଓ ଅଟୋ ଛିଡ଼ା ହୋଇଥିଲା। ଠିକ୍‌ ସେତିକି ବେଳେ ଏକ କାର ଦ୍ରୁତ ଗତିରେ ଆସି ସ୍କୁଲ ଭ୍ୟାନ୍‌କୁ ପିଟିଥିଲା। ସ୍କୁଲ ଭ୍ୟାନ୍‌ଟି ଯାଇ ଅଟୋରେ ପିଟି ହୋଇଯାଇଥିଲା। ତା'ପରେ ଅଟୋଟି ଦୁଇଟି ବାଇକ୍‌କୁ ପିଟି ଥିଲା। ଦୁର୍ଘଟଣା ପରେ ଚାଳକ କାର୍‌କୁ ପଛେଇ ପଛେଇ ନେଇଯିବାକୁ ଚେଷ୍ଟା କରିଥିଲେ। ହେଲେ ସ୍ଥାନୀୟ ଲୋକେ ଯିବାକୁ ଦେଇନଥିଲେ। କାର୍‌ ଭିତରୁ ତାଙ୍କୁ ଟାଣିଆଣି ବହେ ନାଦିଥିଲେ। କ୍ଷତିପୂରଣ ଦାବି କରିଥିଲେ।

ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଥିଲା। ମୈତ୍ରୀ ବିହାର ଥାନା ପୁଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ କାର୍‌ ଚାଳକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସ୍ଥାନୀୟ ସାଲିଆ ସାହି ଲୋକେ ଚାଳକକୁ ଛାଡ଼ି ନଥିଲେ। କ୍ଷତିପୂରଣ ନଦେଲେ ଛାଡ଼ିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଭାବେ ଶୁଣାଇ ଦେଇଥିଲେ। ପୁଲିସ୍‌ ଓ ଲୋକଙ୍କ ଭିତରେ ଠେଲାପେଲା ହୋଇଛି। ସ୍ଥିତି ଅଣାୟତ୍ତ ହେବାରୁ ସେଠାରେ ଦୁଇ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+