ଭାରତ ବିକାଶ ପରିଷଦ ତରଫରୁ "ପର୍ଯ୍ୟାବରଣ ସଂରକ୍ଷଣରେ ଯୁବସମାଜ ର ଭୂମିକା" ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ

ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ଓ କୌସ୍ତୁଭ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସ ର ମିଳିତ ଆନୁକୂଲ୍ୟ ରେ "ପର୍ଯ୍ୟାବରଣ ସଂରକ୍ଷଣରେ ଯୁବସମାଜର ଭୂମିକା" ଶୀର୍ଷକ ଏକ ଉଚ୍ଚ ସ୍ତରୀୟ ଆଲୋଚନାଚକ୍ର ମଙ୍ଗଳବାର ଦିନ ଭୁବନେଶ୍ୱର ପଟିଆ ଠାରେ ଅବସ୍ଥିତ କୌସ୍ତୁଭ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନସ ରେ ଆୟୋଜିତ ହୋଇଯାଇଛି l

bharat bikash parishad

ପ୍ରାରମ୍ଭରେ ଭରତ ମାତା ଏବଂ ପରିଷଦ ର ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରାଯିବା ସହ କ୍ଷେତ୍ରୀୟ ମହିଳା ବାଲବିକାଶ ସଂଯୋଜିକା ଶ୍ରୀମତୀ ସୁପ୍ରିତୀ ରଥ ସମୂହ ବନ୍ଦେ ମାତରଂ ଗାନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l
ଏହି ଅବସରରେ ଓଡିଶା ପୂର୍ଵପ୍ରାନ୍ତ ଅଧ୍ୟକ୍ଷ ସତ୍ୟବାଦୀ ଦାଶ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ଶ୍ରୀଯୁକ୍ତ ପୁର୍ଣଚନ୍ଦ୍ର ଖୁଣ୍ଟିଆ ଭାରତ ବିକାଶ ପରିଷଦ ର ସ୍ଥାପନା ଏବଂ ଏହାର ଲକ୍ଷ, ଆଦର୍ଶ, ଉପଲବ୍ଧି ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l

ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଜାତୀୟ ସବୁଜ ପ୍ରାଧିକରଣର ପ୍ରାକ୍ତନ ଅଧ୍ୟକ୍ଷ ଏବଂ ଉଚ୍ଚତମ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ଆଦର୍ଶ ଗୋଏଲଜୀ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସମ୍ବନ୍ଧରେ ଆଲୋକପାତ କରିବା ସହ ପରିବେଶ ସୁରକ୍ଷା ପାଇଁ ଯୁବସମାଜ ଆଗଭର ହୋଇ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ ll

କୌସ୍ଥୁଭ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମଲ୍ଲିକ, ତ୍ରିପୁରା ର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ଭାରତ ସରକାରଙ୍କ ପୂର୍ବତନ କେନ୍ଦ୍ର ବୟନ ସଚିବ ଶ୍ରୀଯୁକ୍ତ ସଂଜୟ ପଣ୍ଡା ,ପ୍ରାକ୍ତନ ମହା ନିର୍ଦେଶକ ଜଙ୍ଗଲ ଭାରତ ସରକାର ଶ୍ରୀଯୁକ୍ତ ସିଦ୍ଧାନ୍ତ ଦାଶ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଆଜି ର ଦିନରେ ସମାଜ ର ପ୍ରମୁଖ ସମସ୍ୟା ପରିବେଶ ପ୍ରଦୁଷଣ। ପରିବେଶ ର ସଂରକ୍ଷଣ ଏବଂ ସ୍ମମୃଦ୍ଧିକରଣ ପାଇଁ ବ୍ୟାପକ ବୃକ୍ଷରୋପଣ ର ଆଵଶ୍ୟକତା ରହିଛି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଯୁବକ ମାନଙ୍କ ର ଭୂମିକା ଉପରେ ସମସ୍ତ ଅତିଥି ଗୁରୁତ୍ୱାରୋପ କରିଥିଲେ l

ଭାରତ ବିକାଶପରିଷଦ ଓଡିଶା ପୂର୍ବପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ କୌସ୍ତୁଭ ଗୃପର ଅଧ୍ୟକ୍ଷ ସଦାଶିବ ଦାଶଙ୍କ ସମେତ ଓଡିଶା ପୂର୍ବପ୍ରାନ୍ତ ର ଅର୍ଥ ସଚିବ ନରସିଂହ ମିଶ୍ର, ପ୍ରାନ୍ତ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ,ପ୍ରାନ୍ତ ପର୍ଯ୍ୟବରଣ ଉପାଧ୍ୟକ୍ଷ ବାବୁ ଚାନ୍ଦ ମହାଲିକ,ପ୍ରାନ୍ତ ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ, ପ୍ରାନ୍ତ ସଂଗଠନ ସଚିବ ରାମ ଚନ୍ଦ୍ର ଦଳେଇ, ,ବ୍ରଜଗୋପାଳ ରାୟ, ମୃତ୍ୟୁଞ୍ଜୟ ମହାନ୍ତି ,ସଂଯୁକ୍ତା ମିଶ୍ର,ମୃତ୍ୟୁଞ୍ଜୟ ପାଢ଼ୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ l ସମୂହ ଜାତୀୟ ସଂଗୀତ ଗାନ ସହ ସଭା ସାଙ୍ଗ କରାଯାଇଥିଲା l ଉକ୍ତ ଆଲୋଚନା ଚକ୍ର ରେ ପ୍ରାୟ ତିନି ଶହ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇଥିଲେ ll
ଭାରତ ବିକାଶ ପରିଷଦ, କଳିଙ୍ଗ ଶାଖା ର ସଚିବ ନୃସିଂହ ନାଥ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+