ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ସନ୍ଧ୍ୟାରେ ନିମାପଡ଼ାରେ କରିବେ ରୋଡ ସୋ
ନିର୍ବାଚନକୁ ନେଇ ତିନି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜୋର୍ ଦାର କରିଦେଇଛନ୍ତି । ଜୁନ ୧ ରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଏଥି ପାଇଁ ପୁରା ଫୁଲ ଦମରେ ପ୍ରଚାର କରୁଛନ୍ତି ବିଜେପି ଓ ବିଜେଡି । ଆଜି ପ୍ରଧାନମନ୍ତ୍ରୀ ମୋଦି ତିନି ତି ସ୍ଥାନରେ ବିଶାଳ ସମାବେଶ କରିବାକୁ ଯାଉଥିବା ବେଳେ ନବୀନ ବି ଆଜି ମଇଦାନକୁ ଓହ୍ଲାଇବେ।

ବିଜେପିର ଘନ ଘନ ଆକ୍ରମଣ ଏବଂ କ୍ଷମତା ବଜାୟ ରଖିବାର ଆହ୍ୱାନ ଭିତରେ ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ପ୍ରଚାର କରିବେ । ପୁରୀ ନିମାପଡାରେ ନବୀନ କରିବେ ରୋଡ ଶୋ । ଦଳୀୟ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ପାଇଁ ନବୀନ କରିବେ ପ୍ରଚାର । ବଡ କଥା ହେଉଛି ଏହି ଆସନରୁ ଦୀର୍ଘ ଦିନ ଧରି ସମୀର ଦାସ ବିଜେଡିର ପ୍ରାର୍ଥୀ ହୋଇ ଆସୁଥିଲେ ।
ଏବେ ସେ ବିଜେପି ଶିବିରରେ ଯୋଗ ଦେଇଛନ୍ତି । ଆଉ ନିମାପଡାକୁ ବିଜେଡି ନିଜ ପକେଟରେ ରଖିବା ପାଇଁ ଅନେକ ନେତାଙ୍କୁ ଏହି ଆସନରେ ଲଗାଇଛି । ଏହି କ୍ରମରେ ଆଜି ରୋଡ ଶୋ କରି ନବୀନ ଭୋଟ୍ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications