Get Updates
Get notified of breaking news, exclusive insights, and must-see stories!

ରାଜସ୍ବ ଅଧିକାରୀ ଆଉ କରିପାରିବେନି ଅଣ ରାଜସ୍ୱ କାମ; ମନ୍ତ୍ରୀ ଦେଲେ ବଡ ବୟାନ

ରାଜସ୍ବ ଅଧିକାରୀ ଆଉ କରିପାରିବେନି ଅଣ ରାଜସ୍ୱ କାମ । ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କଲେ ରାଜସ୍ୱ ବିଭାଗ । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ଅନେକ ସଂସ୍କାର କରିବାର ଆବଶ୍ୟକତା ଅଛି ।

Suresh Pujari

ରାଜସ୍ବ ବିଭାଗର କାମକୁ ଆହୁରି ଶାଣିତ କରିବା ଅନେକ ପଦକ୍ଷେପ ନିଆଯାଉଛି । ଯାହାଦ୍ବାରା ରାଜସ୍ବ ବିଭାଗର ଦାୟିତ୍ବରେ ଥିବା ରାଜସ୍ୱ ଅଧିକାରୀ ମାନେ ବିଭାଗ ପ୍ରତି କେମିତି ସଂପୂର୍ଣ୍ଣ ନ୍ୟାୟ କରିପାରିବେ । ରାଜସ୍ବ ସେବା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ରାଜସ୍ୱ ଅଧିକାରୀ ମାନେ କମିଟି ଆହୁରି ପ୍ରତିବଦ୍ଧତା ସହ କାମ କରିବେ ସେଥିପାଇଁ ଅନେକ ସଂସ୍କାର ଅଣାଯାଉଛି ।

ରାଜସ୍ବ ବିଭାଗର ମୂଳ ରାଜସ୍ୱ ଅଧିକାରୀ ମାନେ ରାଜସ୍ୱ ବିଭାଗରେ କାମ କରି ଥାଆନ୍ତି । ଏହାସହ ରାଜସ୍ୱ ବିଭାଗର ଅଧିକାରୀ ମାନଙ୍କୁ ଅନ୍ୟ ବିଭାଗକୁ କାମ କରିବା ପାଇଁ ପଠାଯାଇଥାଏ । ତେଣୁ ଏହାଦ୍ୱାରା ସୃଷ୍ଟି ହେଉଥିବା ଦ୍ବନ୍ଦ୍ବରେ ସ୍ପଷ୍ଟତା ଆଣିବା ପାଇଁ ଚାହୁଁଛି ରାଜସ୍ୱ ବିଭାଗ । ଯେଉଁ ଅଧିକାରୀ ମାନେ ରାଜସ୍ୱ ବିଭାଗର ORS ଭାବେ ପଦୋନ୍ନତି ପାଉଥିଲେ, ସେମାନଙ୍କର ରାଜସ୍ୱ କାମ ବିଷୟରେ ଅନୁଭବ ନଥିଲା । ସେହିପରି ଅନେକ ପୁରୁଣା ଆଇନ ଗୁଡ଼ିକୁ ସଂଶୋଧନ କରାଯିବ, ଯେଉଁ ଆଇନର ଆବଶ୍ୟକ ନାହିଁ, ରଦ୍ଦ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+