ଆସନ୍ତା କାଲି ଦୃଶ୍ୟମାନେ ହେବ ବିରଳ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଶ୍ରୀମନ୍ଦିରର ନୀତିକାନ୍ତି, ଡଙ୍ଗା ଭସାଣ ସମୟ

ଆସନ୍ତା କାଲି ଦୃଶ୍ୟମାନେ ହେବ ବିରଳ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଶ୍ରୀମନ୍ଦିର ନୀତିକାନ୍ତି, ଡଙ୍ଗା ଭସାଣ ସମୟ

Lunar Eclipse 2022: ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ସୂର୍ଯ୍ୟାଦୟ ୫ଟା ୫୪ ମିନିଟରେ ହେଉଥିବାରୁ ସେହି ସମୟପରେ ପାକ ତ୍ୟାଗ୍ ଓ ଦେବ ନୀତି ନିଷେଧ ହେବ । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାର ଫିଟା ଜାଇ ରାତି ୨ ଟା ୩୦ ସୁଦ୍ଧା ସରିବ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜଧିରାଜ ବେଶ । ସେହିପରି ସକାଳ ୫ ଟା ୫୦ ମିନିଟ୍ ସୁଦ୍ଧା ଭୋଗ ମଣ୍ତପ ଶେଷ କରିବା ପାଇଁ ପୂର୍ବରୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଦେବ ନୀତି ନିଷେଧ ପାଇଁ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କର ସୁନାବେଶ ଦେଖି ପାରିବେ କି ନାହିଁ ତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି, ପୂର୍ବ ରାତି ପହୁଡରୁ ପରଦିନ ନୀତି ସରିବା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଦିନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ , ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ହେବ । ତେବେ ଚଳିତ ବର୍ଷର ଏହା ଶେଷ ଯଥା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହା ଭାରତରେ ୧ ଘଣ୍ଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ ।

Lunar Eclipse 2022

ପାକକର୍ମ ଓ ଦେବନୀତିର ସମୟ
ଚନ୍ଦ୍ର ଗ୍ରହଣ ଦିବା ୨ଟା ୩୯ ମିନିଟ ସ୍ପର୍ଶ ହେଇଥିବାରୁ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ( ୮ ତାରିଖ ମଙ୍ଗଳ ବାର) ସକାଳ ୫ଟା ୩୯ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ ଦେବନୀତି ଓ ଡଙ୍ଗା ଭସାଣ ଭୋର ୫ଟା ୫୪ ପୂର୍ବରୁ କରିବାକୁ ପରାମାର୍ଶ ଦିଆଯାଇଛି । ସେହିପରି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ଏହି ସମୟ ମଧ୍ୟରେ କୌଣସି ପ୍ରକାର ଅନ୍ନଭୋଜନ ଆଦି କରିବା ନିଷେଧ । ବାଳକ, ବୃଦ୍ଧା ଓ ରୋଗୀଙ୍କ ପକ୍ଷେ ଏହି ନିୟମ ଲଙ୍ଘନୀୟ । ସେହିପରି ଗର୍ଭବତୀ ଚନ୍ଦ୍ର ଗ୍ରହଣ ନ ଦେଖିବା ଉଚିତ୍ । ସନ୍ଧ୍ୟା ୬ଟା ୧୮ ପରେ ସ୍ନାନ କରି ଦେବ ପୂଜା, ପାକକର୍ମ ଓ ଭୋଜନ ଗ୍ରହଣ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+