For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତା କାଲି ଦୃଶ୍ୟମାନେ ହେବ ବିରଳ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଶ୍ରୀମନ୍ଦିରର ନୀତିକାନ୍ତି, ଡଙ୍ଗା ଭସାଣ ସମୟ

ଆସନ୍ତା କାଲି ଦୃଶ୍ୟମାନେ ହେବ ବିରଳ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଶ୍ରୀମନ୍ଦିର ନୀତିକାନ୍ତି, ଡଙ୍ଗା ଭସାଣ ସମୟ

|

Lunar Eclipse 2022: ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ସୂର୍ଯ୍ୟାଦୟ ୫ଟା ୫୪ ମିନିଟରେ ହେଉଥିବାରୁ ସେହି ସମୟପରେ ପାକ ତ୍ୟାଗ୍ ଓ ଦେବ ନୀତି ନିଷେଧ ହେବ । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାର ଫିଟା ଜାଇ ରାତି ୨ ଟା ୩୦ ସୁଦ୍ଧା ସରିବ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜଧିରାଜ ବେଶ । ସେହିପରି ସକାଳ ୫ ଟା ୫୦ ମିନିଟ୍ ସୁଦ୍ଧା ଭୋଗ ମଣ୍ତପ ଶେଷ କରିବା ପାଇଁ ପୂର୍ବରୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଦେବ ନୀତି ନିଷେଧ ପାଇଁ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କର ସୁନାବେଶ ଦେଖି ପାରିବେ କି ନାହିଁ ତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି, ପୂର୍ବ ରାତି ପହୁଡରୁ ପରଦିନ ନୀତି ସରିବା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଦିନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ , ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ହେବ । ତେବେ ଚଳିତ ବର୍ଷର ଏହା ଶେଷ ଯଥା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହା ଭାରତରେ ୧ ଘଣ୍ଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ ।

Lunar Eclipse 2022

ପାକକର୍ମ ଓ ଦେବନୀତିର ସମୟ
ଚନ୍ଦ୍ର ଗ୍ରହଣ ଦିବା ୨ଟା ୩୯ ମିନିଟ ସ୍ପର୍ଶ ହେଇଥିବାରୁ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ( ୮ ତାରିଖ ମଙ୍ଗଳ ବାର) ସକାଳ ୫ଟା ୩୯ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ ଦେବନୀତି ଓ ଡଙ୍ଗା ଭସାଣ ଭୋର ୫ଟା ୫୪ ପୂର୍ବରୁ କରିବାକୁ ପରାମାର୍ଶ ଦିଆଯାଇଛି । ସେହିପରି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ଏହି ସମୟ ମଧ୍ୟରେ କୌଣସି ପ୍ରକାର ଅନ୍ନଭୋଜନ ଆଦି କରିବା ନିଷେଧ । ବାଳକ, ବୃଦ୍ଧା ଓ ରୋଗୀଙ୍କ ପକ୍ଷେ ଏହି ନିୟମ ଲଙ୍ଘନୀୟ । ସେହିପରି ଗର୍ଭବତୀ ଚନ୍ଦ୍ର ଗ୍ରହଣ ନ ଦେଖିବା ଉଚିତ୍ । ସନ୍ଧ୍ୟା ୬ଟା ୧୮ ପରେ ସ୍ନାନ କରି ଦେବ ପୂଜା, ପାକକର୍ମ ଓ ଭୋଜନ ଗ୍ରହଣ କରିପାରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A rare lunar eclipse will be visible tomorrow, know the timings of Srimandir nitikanti and boat sailing time
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X