ନିର୍ବାଚନ ଡ୍ୟୁଟିକୁ ଗଲାବେଳେ ପୋଲିସ ଗାଡି ଦୁର୍ଘଟଣା ଗ୍ରସ୍ତ, ୯ ମହିଳା ପୋଲିସ ଆହତ

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ପୋଲିସ କର୍ମଚାରୀ ।ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ପୁଲିସ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

accident

ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଧରି ଗାଡ଼ିଟି କେନ୍ଦ୍ରାପଡ଼ାକୁ ନିର୍ବାଚନୀ ଡ୍ୟୁଟି ଅଭିମୁଖେ ଯାଉଥିଲା। କେନ୍ଦ୍ରାପଡ଼ାରେ ଆସନ୍ତା ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ମାତ୍ର ବାଣୀବିହାର ସତସଙ୍ଗ ପାର୍କ ଆଗରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୯ ମହିଳା ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

ଖବର ପାଇ ତୁରନ୍ତ ସ୍ଥାନୀୟ ପୁଲିସ୍‌ ପହଞ୍ଚି ଆହତ ମହିଳା ପୁଲିସ୍‌ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି। ବସରେ ପାଖାପାଖି ୩୫ ଜଣ ମହିଳା କନଷ୍ଟେବଳ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+