ପାରିବାରିକ କଳହର କରୁଣ ଚିତ୍ର, ସାମାନ୍ୟ ବଚସାକୁ ନେଇ ପୁଅର ଜୀବନ ନେଲା ବାପା

ବାପ ପୁଅ ଖେଳିଲେ ରକ୍ତର ଖେଳ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ ବଚସାରୁ ଉତ୍ତ୍ୟେକ୍ତ ହୋଇ ବାପା ପୁଅଙ୍କୁ ଭୁଜାଲିରେ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ମଧ୍ୟ ଗୁରୁତର ହୋଇ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି।

Bhadrak

ଆଜି ମଧ୍ୟାହ୍ନରେ ଘରେ ରୋଷେଇ ସରିଥିଲା। ଖାଇବାକୁ ବସିଥିଲେ ମାଧବ ବାରିକ ଓ ତାଙ୍କର ୩୬ ବର୍ଷୀୟ ପୁଅ ଶଙ୍କର୍ଷଣ ବାରିକ। ଅଭିଯୋଗ ଅନୁସାରେ ଖାଇବା ସମୟରେ ବାପ ଓ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତତର୍କ ଆରମ୍ଭ ହୋଇଥିଲା। ପରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପରସ୍ପରକୁ ଆକ୍ରମଣ କରିବା ପାଇଁ ଘରୁ ଭୁଜାଲି କାଢ଼ି ଆଣିଥିଲେ। ପରସ୍ପରକୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିଲା ବେଳେ ମାଧବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପଡ଼ିଥିଲେ।

ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ମାଧବଙ୍କୁ ଉଦ୍ଧାର କରି ଭଦ୍ରକ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+