ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଜଣେ ଅଣହିନ୍ଦୁ
ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଜଣେ ଅଣହିନ୍ଦୁ । ଦିନ ସାଢ଼େ ୧୨ଟାରେ ମନ୍ଦିର ପରିସରରେ ପଶିଗଲେ ଅଣହିନ୍ଦୁ । ଯୁବକ ଜଣକ ରୋମାନିଆ ନାଗରିକ ହୋଇଥିବା ସୂଚନା । ଘଣ୍ଟାଏ ଅଟକ ରଖି ପଚରାଉଚରା ପରେ ଛାଡ଼ିଲା ପୋଲିସ ।

ସୂଚନା ଯୋଗ୍ୟ, ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା। ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା । ଏହା ସତ୍ତ୍ବେ ମଧ୍ୟ ଡ୍ରୋନ ଉଡିଥିଲା। ଏହା ଦେଖିବା ପରେ ପୋଲିସକୁ ଅବଗତ କରାଇଥିଲେ ମନ୍ଦିର ସେବାୟତ। ତେବେ ଏହି ଡ୍ରୋନ କିଏ କାହିଁକି ଉଡ଼ାଇଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ମନ୍ଦିରରେ ଜଣେ ଅଣହିନ୍ଦୁ ପ୍ରବେଶ କରିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାପ୍ରକଟ କରିଛନ୍ତି।
ଯୁବକ ଜଣକ ଜଣେ ଅଣହିନ୍ଦୁ ବୋଲି ଜାଣିବାକୁ ପାଇଥିଲେ ମନ୍ଦିରର କର୍ମଚାରୀ ଓ ପୋଲିସ। ପରେ ମନ୍ଦିରର ସୁପରଭାଇଜରଙ୍କୁ ସୂଚନା ଦିଆଯାଇଥିଲା। ଯୁବକ ଜଣଙ୍କୁ ଅଟକ ରଖି ପାଖାପାଖି ଏକ ଘଣ୍ଟା କାଳ ପଚରାଉଚରା କରିଥିଲେ ପୋଲିସ। ପରେ ଯୁବକ ଜଣଙ୍କୁ ଛାଡ଼ିଦେଇଥିଲେ।
ପୋଲିସର ସୂଚନାରୁ ଜଣାପଡିଛି କି, ଯୁବକ ଜଣକ ଜଣେ ରୋମାନିଆ ନାଗରିକ ଥିଲେ। ଯେହେତୁ ସେ ଜଣେ ଅଣହିନ୍ଦୁ ଏବଂ ଅଣହିନ୍ଦୁଙ୍କୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବାକୁ ବାରଣ ଅଛି, ତେଣୁ ବଡ଼ ଧୋକାଳ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ଚୂନ ପକାଇ ଲିଙ୍ଗରାଜ ମନ୍ଦିରର ଶୋଧନ କରାଯାଇଥିଲା।












Click it and Unblock the Notifications