୧୩ ଦିନ ହେଲାଣି SCBରେ ପଡି ରହିଛି ନାଇଜେରିଆ ନାଗରିକଙ୍କ ମୃତଦେହ
ଏସସିବି ମେଡିକାଲରେ ୧୩ ଦିନ ହେଲାଣି ନାଇଜେରିଆ ନାଗରିକଙ୍କ ମୃତଦେହ ପଡ଼ି ରହିଛି। ଦୀର୍ଘ ଦିନ ହେବ ମୃତଦେହ ପଡ଼ି ରହିଥିବା ବେଳେ ତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
କଟକ: ଏସସିବି ମେଡିକାଲରେ ୧୩ ଦିନ ହେଲାଣି ନାଇଜେରିଆ ନାଗରିକଙ୍କ ମୃତଦେହ ପଡ଼ି ରହିଛି। ଦୀର୍ଘ ଦିନ ହେବ ମୃତଦେହ ପଡ଼ି ରହିଥିବା ବେଳେ ତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜାତୀୟ ମାନବାଧିକାର କମିଶନ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି । ମୃତକ ଜଣଙ୍କ ନାମ ଅଗଷ୍ଟିନ୍ ଓଡିପୋ ।

ଗତ ମେ' ୨୬ ତାରିଖରେ ଅଗଷ୍ଟିନ୍ଙ୍କ ମୃତ୍ୟୁ ହୋଇଛି। ସେବେଠୁ ହସ୍ପିଟାଲ୍ର ଶବ ସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ପଡ଼ି ରହିଛି। ଦିଲ୍ଲୀ ପଠାଇବାକୁ ଏଯାଏ ଅନୁମତି ମିଳିପାରୁନି। ଏକ ସାଇବର ଅପରାଧ ମାମଲାରେ ୨୦୧୯ ମସିହାରେ ସେ ପାଟଣାରେ ବନ୍ଧା ହୋଇଥିବା ବେଳେ ତାଙ୍କୁ ପୁରୀ ଅଣାଯାଇଥିଲା। ଏହାପରଠୁ ୨୦୧୯ ଫେବୃଆରୀ ୧୧ ତାରିଖରରୁ ସେ ପୁରୀ ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ ।
ଗତ ୨୬ ତାରିଖରେ ହଠାତ୍ ଅଗଷ୍ଟିନ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ଏସସିବି ଅଣାଯାଇଥିଲା। କଟକରା ଚିକିତ୍ସାଧୀନ ଅବସ୍ଥାରେ ଗତ ୨୬ ତାରିଖରେ ତାଙ୍କ ମୃତ୍ୟୁ ଘଟିଛି। ସେବେଠୁ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ପଡି ରହିଛି । ମୃତ୍ୟୁର ପ୍ରାୟ ୧୩ ଦିନ ପରେ ବି ମୃତଦେହକୁ ଦିଲ୍ଲୀ ପଠାଇବାକୁ ଏଯାଏଁ ଅନୁମତି ମିଳିପାରୁନି ।












Click it and Unblock the Notifications