ତାଳଚେରରେ ଟିଟିପିଏସର ନୂଆ ୟୁନିଟ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି
ତାଳଚେରରେ ପ୍ରତିଷ୍ଠା ହେବ ଟିଟିପିଏସର ନୂଆ ୟୁନିଟ୍ । ଏନେଇ ନୀତିଗତ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଭୁବନେଶ୍ବର: ତାଳଚେରରେ ପ୍ରତିଷ୍ଠା ହେବ ଟିଟିପିଏସର ନୂଆ ୟୁନିଟ୍ । ଏନେଇ ନୀତିଗତ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ନୂଆ ୟୁନିଟ୍ ବାବଦରେ ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଖୁବଶୀଘ୍ର ଗ୍ରୀଡକୋ, ଏନଟିପିସି, ଶକ୍ତି ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ନୂଆ ୟୁନିଟ୍ ପ୍ରତିଷ୍ଠା ସହ ସ୍ଥାନୀୟ ବାସିନ୍ଦାମାନଙ୍କର ଅଭିଯୋଗର ସମାଧାନ ନିମନ୍ତେ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ ହେବ ।
ଆଜି ହୋଇଥିବା ଆଲୋଚନାରେ, ତାଳଚେରଠାରେ ଟିଟିପିଏସର ନୂଆ ୟୁନିଟ୍ ପ୍ରତିଷ୍ଠା ସହ ସ୍ଥାନୀୟ ଲୋକଙ୍କର ବିଭିନ୍ନ ସମସ୍ୟା ଓ ଅସୁବିଧା କଥା ଉଠିଥିଲା । ଏହି ପ୍ରୋଜେକ୍ଟକୁ ତ୍ୱରିତ ଗତିରେ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର ।












Click it and Unblock the Notifications