ପର୍ଯ୍ୟଟନ ଇତିହାସରେ ନୂଆ ଫର୍ଦ : ଶିମିଳିପାଳକୁ ହେଲି-ଟେକ୍ସି ସେବା
ଓଡ଼ିଶା ପର୍ଯ୍ୟଟନ ଇତିହାସରେ ଆଉ ଏକ ନୂଆ ଫର୍ଦ ଯୋଡ଼ି ହେବାକୁ ଯାଉଛି। ଭୁବନେଶ୍ୱରରୁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ହେଲି-ଟେକ୍ସି ସେବା ଆରମ୍ଭ ହେବ। ଏଥିସକାଶେ ଆଜି ମଙ୍ଗଳବାର ପୂର୍ବାହ୍ନ ୧୦ଟା ୪୦ ସମୟରେ ଭୁବନେଶ୍ୱରରୁ ବାରିପଦା ଏକ ହେଲିକପ୍ଟରର ଟ୍ରାଏଲ ରନ୍ରେ ଆସି ସ୍ଥାନୀୟ ବାରିପଦା ପୁଲିସ ରିଜର୍ଭ ପଡ଼ିଆଠାରେ ଓହ୍ଲାଇଥିଲା। ଏହି ହେଲି-ଟେକ୍ସି ସେବା ପରିଚାଳନା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ କେନ୍ଦ୍ର ସରକାରୀ ଉଦ୍ୟୋଗ 'ପବନ ହଂସ ଲିମିଟେଡ'କୁ ମନୋନୀତ କରାଯାଇଛି। ଏହି ହେଲିକପ୍ଟରରେ ଚାଳକଙ୍କ ସମେତ ୬ ଜଣିଆ ସିଟ୍ ରହିଛି। ଏହି ସେବା ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ସମ୍ପୃକ୍ତ ପବନ ହଂସ ଲିମିଟେଡ ସହିତ ଚୁକ୍ତିନାମା ପରେ ହିଁ ଆଗାମୀ ମାସରୁ ଅନଲାଇନ ବୁକିଂ ଆରମ୍ଭ ହେବ। ଏଥିରେ ଦୁଇପ୍ରକାର ସେବା ଯୋଗାଇ ଦିଆଯିବା ବ୍ୟବସ୍ଥା ରହିବ। ଟ୍ରାଏଲ ରନ୍ରେ ଆସିଥିବା ହେଲିକପ୍ଟରକୁ ଭୁବନେଶ୍ୱରରୁ ବାରିପଦା ପହଞ୍ଚିବାକୁ ୧ ଘଣ୍ଟା ୨୦ ମିନିଟ୍ ଲାଗିଥିଲା।

ପର୍ଯ୍ୟଟକଙ୍କ ପାଇଁ ସ୍ଥିର ସ୍ୱତନ୍ତ୍ର ପ୍ୟାକେଜ୍ ଅନୁଯାୟୀ ଭୁବନେଶ୍ୱରରୁ ଏହି ହେଲିକପ୍ଟର ବାରିପଦାଠାରେ ସକାଳେ ଏଠାରେ ପହଞ୍ଚିବ ା ସଡ଼କ ଯୋଗେ ବାରିପଦାରୁ ଶିମିଳିପାଳ ଭ୍ରମଣ ସହ ଲୁଲୁଙ୍ଗର ଅରଣ୍ୟ ନିବାସରେ ରାତ୍ରି ରହଣିର ବ୍ୟବସ୍ଥା ରହିବା ପରେ ପରଦିନ ଭୁବନେଶ୍ୱର ଫେରିଯିବ। ଅନ୍ୟଏକ 'ଜୟ ରାଇଡ୍' ପ୍ୟାକେଜ୍ ଅନୁଯାୟୀ ଆକାଶ ମାର୍ଗରୁ ପର୍ଯ୍ୟଟକମାନେ ବାରିପଦା ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳୀ ସହ ଅଭୟାରଣ୍ୟକୁ ଆକାଶମାର୍ଗରୁ ଦେଖିବା ବ୍ୟବସ୍ଥା ରହିବ।
ଏହି ହେଲିକପ୍ଟର ପାଇଁ ବାରିପଦାଠାରେ ସ୍ୱତନ୍ତ୍ର ଡାକ୍ତରୀ, ଅଗ୍ନିଶମ, ଇନ୍ଧନ ଆଦି ମଧ୍ୟ ରହିବା ବ୍ୟବସ୍ଥା କରାଯିବ। ଏ ସମ୍ପର୍କରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପନ କରାଯାଇଥିବା ଅଣତାରକା ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ସୂଚନା ଅନୁଯାୟୀ ପର୍ଯ୍ୟଟନ ବିଭାଗଠାରୁ ପ୍ରାପ୍ତ ପ୍ରସ୍ତାବ ସୂଚନାରେ ଏହି ହେଲି-ଟେକ୍ସି ସେବା ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜର ଭୁବନେଶ୍ୱର-ଶିମିଳିପାଳ ଜାତୀୟ ଉଦ୍ୟାନ ଏବଂ ଗଞ୍ଜାମର ଭୁବନେଶ୍ୱର-ଗୋପାଳପୁର ପର୍ଯ୍ୟନ୍ତ ଚଳାଚଳ କରିବ।
ଏଣେ ଶିମିଳିପାଳ ନିକଟରେ ହେଲିପ୍ୟାଡ ନିର୍ମାଣ ନିମିତ୍ତ ଆବଶ୍ୟକ ଜମି ନିରୂପଣ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଥିବା କହିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେ ଦିଗରେ କୌଣସି ଜମି ଚିହ୍ନଟ ହୋଇ ନଥିବା ଜଣାଯାଇଛି ା ଏ ସମ୍ପର୍କରେ ସମ୍ପୃକ୍ତ ବୈଧାନିକ କର୍ତ୍ତୃପକ୍ଷଙ୍କଠାରୁ ସମସ୍ତ ଆବଶ୍ୟକ ଆପତ୍ତି ନଥିବା ପ୍ରମାଣପତ୍ର ପାଇବା ପରେ ହିଁ ପ୍ରସ୍ତାବ ଆଗକୁ ବଢ଼଼ିପାରିବ ବୋଲି ପ୍ରକାଶ। ତଥାପି ଏବେ ଭୁବନେଶ୍ୱରରୁ ବାରିପଦା ପର୍ଯ୍ୟନ୍ତ ଏହି ହେଲି-ଟେକ୍ସି ସେବା ଆରମ୍ଭ ହେବ। ଆଜି ଏହି ହେଲିକପ୍ଟରରେ ଆସିଥିବା ଅଧିକାରୀ ସେଠାରେ ଉପସ୍ଥିତ ଥିବା ଜିଲା ପର୍ଯ୍ୟଟନ ଅଧିକାରୀ ହିମାଂଶୁ ମହାନ୍ତିଙ୍କ ସମେତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ଏହି ବ୍ୟବସ୍ଥା ଦ୍ୱାରା ଦୁରଦୂରାନ୍ତ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକୁ ବିମାନ ସଂଯୋଗକୁ ସୁଦୃଢ଼ କରିବା, ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ ଏବଂ ଜରୁରୀକାଳୀନ ସେବା ପାଇଁ ଦ୍ରୁତଗତି ସୁନିଶ୍ଚିତ କରିବା ଦ୍ୱାରା ଉତ୍ତର ଓଡ଼ିଶାରେ ଭିତ୍ତିଭୂମି ବିକାଶକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବା ନିଶ୍ଚିତ ହୋଇପାରିବ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK






Click it and Unblock the Notifications