ହୁତୁ ହୁତୁ ହୋଇ ଜଳିଲା ଚଳନ୍ତା ଟ୍ରେନ; ପଞ୍ଜାବର ଅମ୍ରିତସର- ସହର୍ସା ଗରିବ ରଥ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ
ହୁତୁ ହୁତୁ ହୋଇ ଜଳିଲା ଚଳନ୍ତା ଟ୍ରେନ । ପଞ୍ଜାବର ଅମ୍ରିତସର- ସହର୍ସା ଗରିବ ରଥ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ । ଆଜି (ଶନିବାର) ସକାଳ ସମୟରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ଅମ୍ରିତସରରୁ ସହର୍ସା ଯାଉଥିବା ସମୟରେ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ସାଙ୍ଗେ ସାଙ୍ଗେ 3ଟି ବଗିକୁ ମାଡ଼ିଯାଇଥିଲା ନିଆଁ ।
ଅମ୍ବାଲାଠୁ ଅଧ କିଲୋମିଟର ଦୂର ସିରହିନ୍ଦ ରେଳ ଷ୍ଟେସନ ନିକଟରେ ଟ୍ରେନ ତୁରନ୍ତ ଅଟକିଥିଲା । ନିଜର ଜିନଷପତ୍ର ଛାଡି ପ୍ରାଣ ବିକଳରେ ଟ୍ରେନରୁ ଓହ୍ଲାଇପଡିଲେ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବିଶେଷ କ୍ଷତି ହୋଇନଥିବା ପ୍ରାଥମିକ ସୂଚନା ରହିଛି । ସୌଭାଗ୍ୟବଶତଃ ଏଥିରେ କୌଣସି ବଡ ଧରଣର କ୍ଷତି ହୋଇନାହିଁ । ତେବେ କିଛି ଲୋକ ଆହତ ହୋଇଥିବା ବେଳେ, କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।













Click it and Unblock the Notifications