ରୋଗୀଣା ବାପାକୁ ୩୫ କିମି ଟ୍ରଲିରେ ବୋହିଲେ ସୁନା ଝିଅ
ମୋବାଇଲ ନାହିଁ । ଆଉ ମିଳିଲାନି ସହଯୋଗ । ରୋଗୀଣା ବାପାକୁ ୩୫ କିମି ବୋହିଲା ସୁନା ଝିଅ । ୧୪ ବର୍ଷର ଜଣେ ଝିଅ ନିଜ ବାପାକୁ ଡାକ୍ତରଖାନାରୁ ଚିକିତ୍ସା ସାରି ଟ୍ରଲିରେ ବସାଇ ନିଜ ଘରକୁ ନେଉଥିବାର ଅଭାବନୀୟ ଦୃଶ୍ୟ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଭଦ୍ରକ ଧୁଷୁରୀ ନଦୀଗାଁର ୧୪ ବର୍ଷୀୟା ଝିଅ ନଦୀଗାଁରୁ ଧାମନଗର, ଆଉ ସେଠାରୁ ଭଦ୍ରକ ମେଡିକାଲ ଆଣିଥିଲା । ଗତ ୨୨ ତାରିଖରେ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ବାପା ଶମ୍ଭୁନାଥ । ଗତ ୨୩ରେ ଧାମନଗରରୁ ପୁଣି ଟ୍ରଲିରେ ବାପାଙ୍କୁ ଭଦ୍ରକ ମେଡିକାଲ ଆଣିଥିଲା। ତେବେ ୭ ଦିନ ପରେ ଅସ୍ତ୍ରୋପ୍ରଚାର ହେବା ନେଇ ଡାକ୍ତର ପରାମର୍ଶ ଦେବା ସହ ଶମ୍ବୁଙ୍କୁ ଯିବାକୁ କହିଥିଲେ ।
ପରେ ମେଡିକାଲରୁ ୨ କିମି ଟ୍ରଲିରେ ଯିବା ପରେ ଗଣମାଧ୍ୟମ ପ୍ରତିନିଧି ବାପ-ଝିଅଙ୍କୁ ଅଟକାଇ ଘଟଣା ସମ୍ପର୍କରେ ବୁଝିଥିଲେ। ପରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଘଟଣା ବିଷୟରେ ପଚାରି ବୁଝିବା ସହ ସଂପୂର୍ଣ୍ଣ ସହାୟତାର ପ୍ରତିଶ୍ରୁତି ଦେଇଥିଲେ ।

ଘଟଣାର ଗୁରୁତ୍ୱକୁ ବୁଝି ଭଦ୍ରକ ବିଧାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବା ପାଇଁ କହିଥିଲେ । ଜିଲ୍ଲା ଚିକିତ୍ସାଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ ଓ ସମ୍ପୃକ୍ତ ବାପ ଝିଅଙ୍କ ଠାରୁ ସମସ୍ତ ତଥ୍ୟ ଗ୍ରହଣ କରିବା ପରେ ପୁଣି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବାପ ଝିଅଙ୍କୁ ଆଶ୍ୱାସନା ଦେବା ସହ ଘଟଣାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍କିକ । ବର୍ତ୍ତମାନ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି ।












Click it and Unblock the Notifications