ରତ୍ନଭଣ୍ଡାର ଭିତରୁ ବାହାରିଲେ ସ୍ନେକ୍‌ ହେଲ୍ପ ଲାଇନ୍ ସଦସ୍ୟ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର । ଶ୍ରୀମନ୍ଦିର ଭିତରେ ରତ୍ନଭଣ୍ଡାର ଖୋଲାଯାଇଥିବା ସ୍ପଷ୍ଟ ହୋଇଛି । କଟରରେ ଭିତର ରତ୍ନଭଣ୍ଡାର ତାଲା କଟାଯାଇ ଖୋଲାଯାଇଛି ।

ଭିତର ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ କଲେ ଦେଉଳକରଣ । ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନଥିବା ସୂଚନା । ଶ୍ରୀମନ୍ଦିର ଭିତରୁ ବାହାରିଲେ ସ୍ନେକ ହେଲ୍‌ପଲାଇନ ସଦସ୍ୟ । ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ବାହାରକୁ ଫେରିଲେ । ବାହାରକୁ ବାହାରିବା ପରେ ଶୁଭେନ୍ଦୁ ମଲ୍ଲିକଙ୍କ ସୂଚନା 'ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ଅପେକ୍ଷା କରିଥିଲୁ ।

ratna bhandar

ଆମେ ଭିତରକୁ ଯାଇନଥିଲୁ, ବାହାରେ ଅପେକ୍ଷା କରିଥିଲୁ । ଏବେ ଆମକୁ ବାହାରକୁ ଯିବାକୁ କୁହାଯାଇଥିଲା ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ । ଅନ୍ୟପଟେ ଶ୍ରୀମନ୍ଦିର ଭିତରୁ ବାହାରିଛନ୍ତି ଓଡ୍ରାଫ୍ ଟିମ୍ । ନିଜ ସାଜସରଞ୍ଜାମ ଧରି ଫେରିଗଲେ ଟିମ । ଆଜି ଆଉ ଆବଶ୍ୟକ ନପଡ଼ିବାରୁ ଟିମ୍ ଫେରିଯାଇଥିବା ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+