ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୁରୀ ସର୍କିଟ ହାଉସରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ

ପୁରୀ ଗସ୍ତରେ ବିଧାନସଭା ଷ୍ଟାଣ୍ଡିଂ କମିଟି । ସର୍କିଟ ହାଉସ ପରିସରରେ ଅନୁଷ୍ଠିତ ହୋଇଛି ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ବୈଠକ। ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ ଏଥିରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି।

Legislative Standing Committee

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମଧ୍ୟ ଉପସ୍ଥିତ ରହିଛନ୍ତି। ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟା ଓ ଉନ୍ନତି କରଣ ନେଇ ଆଲୋଚନା ଚାଲିଛି।

ଖବର ଅନୁଯାୟୀ, ଆଜି ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଛି। ଶ୍ରୀମନ୍ଦିର ସଂରକ୍ଷଣ ଓ ମରାମତି ନେଇ ଏଏସ୍‌ଆଇ ସହ କମିଟି ଆଲୋଚନ ହେବ। ଏହି ବୈଠକରେ ଆଇନ୍‌ ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି ।

ସେହିପରି କୋଠଭୋଗ ଦାନ ଯୋଜନା ଅନୁଦାନ, କର୍ମଚାରୀଙ୍କ ଦରମା ବାବଦରେ ଅନୁଦାନ, ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଅଞ୍ଚଳ ଉନ୍ନତୀକରଣ ନିମନ୍ତେ ଅନୁଦାନ ପ୍ରଦାନ, ଶ୍ରୀମନ୍ଦିର ନିମନ୍ତେ ଦାନ, ଏପରିକି ରଥରେ ଶ୍ରଦ୍ଧାଳୁଙ୍କୁ ନଚଢ଼ାଇବା ପାଇଁ ଦଇତାପତିଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+