ଝିଅକୁ ମାଡ଼ ମାରି ନିଜେ ଆତ୍ମହତ୍ୟା କଲେ ବାପା
ଝିଅକୁ ମରଣାନ୍ତକ ଆକ୍ରମଣ କରିବା ପରେ ଜୀବନ ହାରି ଦେଇଛି ବାପା । ଏଭଳି ଏକ ଅଭାବନୀୟ ଘଟଣା ଚାନ୍ଦବାଲି ବାଂଶଡ଼ା ଥାନା ତୋଟାପଡ଼ା ହରିଜନ ସାହିରେ ଘଟିଯାଇଛି । ଝିଅକୁ ନିର୍ମମ ଭାବରେ ଆକ୍ରମଣ କରିଛି ଜନ୍ମଦାତା ପିତା । ଏହା ପରେ ବାପା ସୁରେନ୍ଦ୍ର ଜେନା ନିଜ ଜୀବନ ହାରି ଦେଇଛି ।
ସୂଚନା ଅନୁସାରେ ସୁରେନ୍ଦ୍ର ଜେନା ଆଜି ଦ୍ୱିପ୍ରହରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନିଜ ଝିଅ ଗୀତାଞ୍ଜଳି ଜେନାଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବାପା ଉତ୍ତକ୍ତ୍ୟ ହୋଇ ନିଜ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଝିଅ ସଂଜ୍ଞାହୀନ ହୋଇ ଚଟାଣରେ ପଡ଼ି ରହିଥିଲା। ଝିଅର ଅବସ୍ଥା ଦେଖି ସୁରେନ୍ଦ୍ର ଘର ପାଖରେ ଥିବା ଏକ ଗଛରେ ରଶି ଲଗାଇ ଜୀବନ ହାରିଥିଲା।

ଗ୍ରାମବାସୀ ଖବର ପାଇ ପହଂଚି ଦେଖିବା ବେଳକୁ ଅଷ୍ଟମ ଶ୍ରେଣୀର ଝିଅ ଗୀତାଞ୍ଜଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ରହିଛି। ଗ୍ରାମବାସୀ ପ୍ରଥମେ ୧୦୮କୁ ଫୋନ୍ କରି ଡ଼ାକିବା ସହିତ ଝିଅକୁ ମେଡିକାଲ ନେଇଥିଲେ। ପୁଲିସକୁ ଫୋନ୍ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରିଛି।












Click it and Unblock the Notifications