ଭଦ୍ରକରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ
ଆକାଶରେ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକ ଭୟଭୀତ । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଆଜି ଦିନ ପ୍ରାୟ 10.55 ରେ ଏଭଳି ବିକଟାଳ ଶବ୍ଦ ଶୁଭିଥିଲା । ଏପରି କି ଆକାଶରେ ବଡ଼ ଧଳା ଗାର କିଛି ସମୟ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିଲା । ତେବେ ଏଭଳି ପ୍ରଚଣ୍ଡ ଶବ୍ଦ କେଉଁଠୁ ଶୁଭିଲା ଜଣା ପଡିନାହିଁ ।

ଏପରିକି ଭଣ୍ଡାରୀ ପୋଖରୀ ବନ୍ତ ଅଞ୍ଚଳରେ ଲୋକଙ୍କ ଝରକା କବାଟର ଲାଗିଥିବା ଝିଞ୍ଜିରୀ ଥରି ଉଠିଲା । ତେଣୁ ଲୋକ ମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ ।












Click it and Unblock the Notifications